www.samajalive.in
Saturday, December 13, 2025
26.1 C
Bhubaneswar

ମହିଳା କଲେଜ ପକ୍ଷରୁ ନିରଞ୍ଜନ ରଥଙ୍କୁ ଶ୍ରଦ୍ଧାଞ୍ଜଳି

ଆଠଗଡ: ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ, ବିଶିଷ୍ଟ ସମାଜସେବୀ, ପ୍ରବୀଣ ସାମ୍ବାଦିକ ନିରଞ୍ଜନ ରଥଙ୍କ ବିୟୋଗରେ ଗୋପବନ୍ଧୁ ମହିଳା ଡିଗ୍ରୀ କଲେଜ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଗୁରୁବାର ରାତିରେ ପରଲୋକ ପରେ ଶୁକ୍ରବାର ଶ୍ରୀ ରଥଙ୍କ ମରଶରୀର ଆଠଗଡ ବାସଭବନରେ ପହଞ୍ଚିବା ପରେ କଲେଜର ଅଧ୍ୟକ୍ଷା ସଙ୍ଗିତା ମହାପାତ୍ର ଏବଂ ଅନ୍ୟ ଅଧ୍ୟାପିକା ଓ କର୍ମଚାରୀ ସେଠାରେ ଶେଷ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପରେ କଲେଜ ପରିସରରେ ଆୟୋଜିତ ଶୋକସଭାରେ ଅଧ୍ୟକ୍ଷା ଶ୍ରୀମତି ମହାପାତ୍ର ଉଦବୋଧନ ଦେଇ ଆଠଗଡ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଶ୍ରୀ ରଥଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରିଥିଲେ। ଏ ଅଞ୍ଚଳରେ ନାରୀ ଶିକ୍ଷାର ବିକାଶ ପାଇଁ ସେ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ୧୯୯୦ରେ ସାକାର ହୋଇଥିଲା। ଉତ୍କଳମଣି ଗୋପବନ୍ଧୁଙ୍କ ନାମରେ ନାମିତ ଏହି ମହିଳା କଲେଜ ସ୍ଥାପନରେ ସେ ପ୍ରମୁଖ ବୋଲି ଅଧ୍ୟକ୍ଷା କହିଥିଲେ।

ଅନ୍ୟ ଅଧ୍ୟାପିକାମାନେ ମଧ୍ୟ ଶ୍ରୀ ରଥଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସମସ୍ତ ଛାତ୍ରୀ, ଅଧ୍ୟାପିକା ଓ କର୍ମଚାରୀ ସ୍ବର୍ଗତ ରଥଙ୍କ ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories