ଗୋପାଳପୁର: ଗୋଳନ୍ଥରା ସ୍ଥିତ ନିଷ୍ଟ ବିଶ୍ବବିଦ୍ୟାଳୟର ଯୋଗ କେନ୍ଦ୍ରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଅନୁଷ୍ଠାନର ଛାତ୍ରଛାତ୍ରୀ କାର୍ଯ୍ୟକଳାପ ସଂଯୋଜକ ପ୍ର. ସରୋଜ କୁମାର ପାଢ଼ି ଏବଂ ଏନ୍ ସି ସି ୟୁନିଟ୍ ତରଫର ଆଲୋକ ପାତ୍ର, ପବିତ୍ର ଗୌଡ଼ଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ କ୍ରୀଡ଼ା ଅଧ୍ୟାପିକା ବାସନ୍ତୀ ପାତ୍ରଙ୍କ ପରାମର୍ଶରେ ଅନୁଷ୍ଠାନରେ ଯୋଗାସନ ଶିକ୍ଷା ଦିଆଯାଇଥିଲା।
ଭାରପ୍ରାପ୍ତ କୁଳସଚିବ ଡ ବିଷ୍ଣୁଙ୍କର ନାୟକ ଯୋଗ ଦେଇ ଯୋଗ କେବଳ ଏକ ଶାରୀରିକ ବ୍ୟାୟାମ ନୁହେଁ – ଏହା ଜୀବନର ଏକ ପଦ୍ଧତି, ଆନ୍ତରିକ ସୁସ୍ଥତାର ଏକ ବିଜ୍ଞାନ ଏବଂ ଏକ ଶକ୍ତିଶାଳୀ ଅଭ୍ୟାସ ଯାହା ଶରୀର, ମନ ଏବଂ ଆତ୍ମାକୁ ଏକତ୍ର କରେ ବୋଲି ଉଦ୍ବୋଧନ ଦେଇଥିଲେ।



