ସମାଜ ଡିଜିଟାଲ ଡେସ୍କ: ଯୋଗ ଭାରତୀୟ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ସାରା ବିଶ୍ୱରେ ଲୋକଙ୍କ ଶରୀର, ମନ ଏବଂ ଆତ୍ମାର ସୁସ୍ଥତା ଅନୁଭବ କରାଇବା ପାଇଁ ଏହା ଏକ ଅଭ୍ୟାସ ହେବା ଜରୁରୀ । ଯୋଗ ପ୍ରାକୃତିକ ଉପାୟରେ ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ ଫିଟନେସକୁ ଉନ୍ନତ କରିବାରେ ସାହାଯ୍ୟ କରେ । ଏହାର ଅନେକ ଲାଭ ହେତୁ ଅନ୍ତର୍ଜାତୀୟ ଯୋଗ ଦିବସ ଆରମ୍ଭ ହୋଇଥିଲା । ଏହି ଦିନକୁ ସ୍ୱତନ୍ତ୍ର କରିବା ପାଇଁ, ଭାରତରେ ଅନେକ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଯୋଗ ଦିବସରେ ଡେରାଡୁନରେ ଯୋଗ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଅଭିଭାଷଣ ରଖି ମହାମହିମ କହିଛନ୍ତି ଯେ ସମେସ୍ତ ବିଶ୍ୱାସ କରନ୍ତି ଯେ ଚିକିତ୍ସା ଅପେକ୍ଷା ପ୍ରତିରୋଧର ନୀତି ଅଧିକ ପ୍ରଭାବଶାଳୀ । ଯୋଗକୁ ପ୍ରତିରୋଧ ପାଇଁ ବହୁତ ଉପଯୋଗୀ ବୋଲି ବିବେଚନା କରାଯାଏ । ଯୋଗର ଅର୍ଥ ଯୋଡିବା । ଯୋଗ ଅଭ୍ୟାସରେ ଜଣେ ବ୍ୟକ୍ତିଙ୍କ ଶରୀର, ମନ ଏବଂ ଆତ୍ମାକୁ ସଂଯୋଗ କରେ ଏବଂ ତାଙ୍କୁ ସୁସ୍ଥ କରିଥାଏ । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସାରା ବିଶ୍ୱରେ ଯୋଗ କରୁଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଯୋଗ ଅଭ୍ୟାସ କରି ସମଗ୍ର ବିଶ୍ୱର ଲୋକମାନେ ସୁସ୍ଥ ଏବଂ ଖୁସି ରୁହନ୍ତୁ ବୋଲି କାମନା କରିଛନ୍ତି ରାଷ୍ଟ୍ରପତି ।
‘योग’ का अर्थ है ‘जोड़ना’। योग का अभ्यास व्यक्ति के शरीर, मन और आत्मा को जोड़ता है और स्वस्थ बनाता है। pic.twitter.com/UfW1iwt1HJ
— President of India (@rashtrapatibhvn) June 21, 2025



