www.samajalive.in
Sunday, December 14, 2025
26.1 C
Bhubaneswar

ନିରଞ୍ଜନ ରଥଙ୍କୁ ଭାବପୂର୍ଣ୍ଣ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 

ସାକ୍ଷୀଗୋପାଳ : ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ସ୍ବର୍ଗତ ନିରଞ୍ଜନ ରଥଙ୍କୁ ସତ୍ୟବାଦୀରେ ଭାବପୂର୍ଣ୍ଣ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଅନ୍ତିମ ବିଦାୟ ଦିଆ ଯାଇଥିଲା । ସତ୍ୟବାଦୀ ଅଞ୍ଚଳର ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ତରଫରୁ ସ୍ବର୍ଗତ ରଥଙ୍କ ଶବାଧାରରେ ପୁଷ୍ପମାଲ୍ୟ ପ୍ରଦାନ କରି ଅନ୍ତିମ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।  ପୁରୀ ସ୍ୱର୍ଗଦ୍ୱାର ଆସିବା ସମୟରେ ସାକ୍ଷୀଗୋପାଳ କଲେଜ ଛକ ନିକଟରୁ ମନମୋହନ ମୁଦୁଲି ଓ ଶ୍ରୀଧର ସ୍ୱାଇଁଙ୍କ ସମେତ ଏକ ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ ପରିବେଷଣ କରି ସ୍ବର୍ଗତ ରଥଙ୍କୁ କାଦୁଆ ଆଶ୍ରମ ପରିସରକୁ ପାଛୋଟି ନେଇଥିଲେ । କାଦୁଆ ଆଶ୍ରମ ପରିସରରେ ସ୍ବର୍ଗତ ରଥଙ୍କ ଶବାଧାରରେ ଲୋକ ସେବକ ରାଷ୍ଟ୍ରୀୟ ସଭାପତି ଶ୍ରୀଯୁକ୍ତ ରାଜକୁମାର, ଖଦୀ ଇଣ୍ଡିଆ ସମ୍ପାଦକ ପ୍ରମୋଦ କୁମାର, ମାର୍କଫେଡ଼ ଅଧ୍ୟକ୍ଷା କବିତା ମଞ୍ଜରୀ ପରିଡ଼ା, ଆଇନଜୀବୀ ଅମର ନନ୍ଦ,କାଦୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ବେହେରା, ସହକାରୀ ଶିକ୍ଷୟିତ୍ରୀ ଶିବାନୀ ନାୟକ, ସି ଆର ସି ସି ସୁନୀଲ କୁମାର ବେହେରା, ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ଜଗନ୍ନାଥ ବାରିକ, ମହେଶ୍ୱର ସାହୁ, ବିପିନ ବିହାରୀ ବାରିକ, ଗଣେଶ କୁମାର ସାହୁ, ଲୋକନାଥ ଦାସ, ମନମୋହନ ମୁଦୁଲି, କାଦୁଆ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମଧୁସୂଦନ ମହାପାତ୍ର, କେଶବ ମଲ୍ଲିକ, ରଣଜିତ ନାୟକ, ଲବଙ୍ଗ ନାୟକ, ମଙ୍ଗୁଳି ନାୟକ, ଶିବାନୀ ନାୟକ, ସୂର୍ଯ୍ୟ ନାରାୟଣ ଦାସ, ରଞ୍ଜନ ସ୍ୱାଇଁ, ସୁବାସ ଚନ୍ଦ୍ର ଦାସ, ସୁଦାମ ଚରଣ ପାତ୍ର, ସୁଦର୍ଶନ ପ୍ରଧାନ, ମାନସ ଚନ୍ଦ୍ର ନାୟକ, ଜୟକୃଷ୍ଣ ପ୍ରଧାନ, ଦୀପକ କୁମାର ପାଣି, ତୋଫାନ କୁମାର ପ୍ରଧାନ, ଅଜୟ କୁମାର ସ୍ୱାଇଁ, ରୋଜାଲିନ ବସ୍ତିଆ, ଦେବତୀକ୍ତ ମିଶ୍ର  ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର ଓ ସତ୍ୟବାଦୀ ପ୍ରେସ କ୍ଳବ ସାଧାରଣ ସମ୍ପାଦକ ଅଶୋକ ବେହେରାଙ୍କ ସମେତ ଶତାଧିକ ଅଞ୍ଚଳବାସୀ ସ୍ବର୍ଗତ ରଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ସତ୍ୟବାଦୀ ବ୍ଲକ ଅନ୍ତର୍ଗତ କାଦୁଆ ଗ୍ରାମ ନିକଟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ କର୍ମକ୍ଷେତ୍ର କାଦୁଆ ଆଶ୍ରମ । ସ୍ୱାଧୀନତା ପୂର୍ବରୁ ସମାଜରେ ଦୁର୍ବଳ ବର୍ଗ, ବିଧବା ଓ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କର ଆର୍ଥିକ ଉନ୍ନତି ନିମନ୍ତେ ଉତ୍କଳମଣି ଏହିଠାରେ ସୁତା କଟା, ଲୁଗା ବୁଣା, ଘଣା ଆଦି ସ୍ଥାପନ କରିଥିଲେ। ଏହି ଲୋକମାନେ ଏଠାରେ କାମ କରି ନିଜ ନିଜର ଆର୍ଥିକ ଉନ୍ନତି କରୁଥିଲେ । ପରେ ଭାରତ ସରକାରଙ୍କ ଖଦୀ ଓ ଗ୍ରାମୋଦ୍ୟୋଗ ବିଭାଗ ତରଫରୁ ଏହି କାଦୁଆ ଆଶ୍ରମ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଙ୍ଘ ନାମରେ ପରିଚିତ ହେଲା  । ପରେ ଏହି କାଦୁଆ ଆଶ୍ରମ ଶ୍ରୀହୀନ ହୋଇ ଯାଇଥିଲା । ସ୍ବର୍ଗତ ରଥ ଏହି କାଦୁଆ ଆଶ୍ରମ କମିଟିର ସଭାପତି ହୋଇଥିଲେ । ସ୍ବର୍ଗତ ରଥଙ୍କ ପରିଚାଳନାରେ କାଦୁଆ ଆଶ୍ରମର ସ୍ଥାୟୀ କଂକ୍ରିଟ ପ୍ରାଚୀର ନିର୍ମାଣ,କାଦୁଆ ଆଶ୍ରମ ପରିସରରେ ତନ୍ତ ବୁଣା ଲୁଗା, ଘଣା ପେଡା ତେଲ, ଢ଼ିଙ୍କି କୁଟା ଚୁଡା, ସିଲେଇ ମେସିନରେ ସିଲେଇ କେନ୍ଦ୍ର, ମହୁ ଚାଷ ଓ ଉଦ୍ୟାନ କୃଷି କାର୍ଯ୍ୟ ଆରମ୍ଭ ହୋଇଥିଲା । କାଦୁଆ ଆଶ୍ରମର ପୁନଃରୁଦ୍ଧାର କରିଥିବାରୁ ସତ୍ୟବାଦୀ ଅଞ୍ଚଳରେ ସ୍ବର୍ଗତ ରଥ ବେଶ ଜନପ୍ରିୟ ହୋଇଥିଲେ । ଜାତିର ଜନକ ମହାତ୍ମା ଗାନ୍ଧୀ କାଦୁଆ ଆଶ୍ରମ ପରିସରରେ ୨ ଥର ରାତ୍ରୀ ଯାପନ କରିଥିଲେ । ଏହି ବାସଗୃହ ବର୍ତ୍ତମାନ ସୁରକ୍ଷିତ ଅଛି । ଏହି ବାସଗୃହକୁ ନବୀକରଣ କରି ଏହାକୁ ଏକ ଜାତୀୟ ପର୍ଯ୍ୟଟନ କ୍ଷେତ୍ର ରୂପେ ପରିଚୟ ଦେବା ନିମନ୍ତେ ସ୍ବର୍ଗତ ରଥଙ୍କ ସ୍ବପ୍ନ ଅପୂରଣୀୟ ରହିଗଲା।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories