www.samajalive.in
Saturday, December 13, 2025
26.1 C
Bhubaneswar

ଆଣ୍ଡରସନ୍‌-ତେନ୍ଦୁଲକର ଟ୍ରଫି ଉନ୍ମୋଚିତ

ହେଡିଂଲି: ଏଣିକି ଭାରତ ଓ ଇଂଲଣ୍ଡ କ୍ରିକେଟ୍‌ ଦଳ ମଧ୍ୟରେ ଦ୍ବିପାକ୍ଷିକ ଟେଷ୍ଟ ଶୃଙ୍ଖଳାର ବିଜେତାଙ୍କୁ ଆଣ୍ଡରସନ୍‌-ତେନ୍ଦୁଲକର ଟ୍ରଫି ପ୍ରଦାନ କରାଯିବ। ଶୁକ୍ରବାରଠାରୁ ଇଂଲଣ୍ଡରେ ଉଭୟ ଦେଶଙ୍କ ମଧ୍ୟରେ ହେବାକୁ ଥିବା ଟେଷ୍ଟ ଶୃଙ୍ଖଳା ଆଣ୍ଡରସନ୍‌-ତେନ୍ଦୁଲକର ଟ୍ରଫି ନାମରେ ଖେଳାଯିବ। ସୂଚନାଯୋଗ୍ୟ; ଇଂଲଣ୍ଡରେ ଭାରତ ବିପକ୍ଷ ଟେଷ୍ଟ ଶୃଙ୍ଖଳା ବିଜେତାକୁ ପଟୌଦି ଟ୍ରଫି ଏବଂ ଭାରତରେ ଇଂଲଣ୍ଡର ଟେଷ୍ଟ ଶୃଙ୍ଖଳାର ବିଜେତାଙ୍କୁ ଆଣ୍ଟୋନି ଡି ମେଲେ ଟ୍ରଫି ପ୍ରଦାନ କରା ଯାଉଥିଲା। ହେଲେ ଉଭୟ ଟ୍ରଫିର ସ୍ଥାନ ନେଇଛି ଆଣ୍ଡରସନ୍‌-ତେନ୍ଦୁଲକର ଟ୍ରଫି।

ଉକ୍ତ ଟ୍ରଫିର ଉନ୍ମୋଚନ ଗୁରୁବାର ହେଡିଂଲି ଷ୍ଟାଡିୟମ୍‌ରେ କରା ଯାଇଥିଲା। ଉଭୟ ଜେମ୍‌ସ ଆଣ୍ଡରସନ୍‌ ଓ ସଚିନ ତେନ୍ଦୁଲକର ସେମାନଙ୍କ ନାମରେ ନାମିତ ଟ୍ରଫିକୁ ଉନ୍ମୋଚନ କରିଥିଲେ। ବିସିସିଆଇ ଓ ଇଂଲଣ୍ଡ ଏଣ୍ଡ୍‌ ୱେଲ୍‌ସ କ୍ରିକେଟ୍‌ ବୋର୍ଡ (ଇସିବି) ମିଳିତ ଭାବେ ଭାରତ-ଇଂଲଣ୍ଡ ଟେଷ୍ଟ ଶୃଙ୍ଖଳାକୁ ଆଣ୍ଡରସନ୍‌-ତେନ୍ଦୁଲକର ଟ୍ରଫି ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଟ୍ରଫିରେ ସଚିନଙ୍କ କଭର୍ ଡ୍ରାଇଭ୍‌ ଓ ଆଣ୍ଡରସନ୍‌ଙ୍କ ବୋଲିଂ ଆକ୍ସନ୍‌ର ଫଟୋ ସହ ଉଭୟ ମହାନ୍ କ୍ରିକେଟରଙ୍କ ଦସ୍ତଖତ ରହିଛି। ତେବେ ଭାରତ-ଇଂଲଣ୍ଡ ଟେଷ୍ଟ ଶୃଙ୍ଖଳାରୁ ପଟୌଦି ପରିବାରର ନାମକୁ ବାଦ୍‌ ଦିଆଯିବ ନାହିଁ। ଏଣିକି ଉଭୟ ଦେଶ ମଧ୍ୟରେ ଟେଷ୍ଟ ଶୃଙ୍ଖଳା ବିଜୟୀ ଦଳର ଅଧିନାୟକଙ୍କୁ ପଟୌଦି ପଦକ ପ୍ରଦାନ କରାଯିବ। ସେମାନଙ୍କ ନାମରେ ଟେଷ୍ଟ ଶୃଙ୍ଖଳାର ଟ୍ରଫି ନାମିତ ହେବା ଗର୍ବର ବିଷୟ ବୋଲି ଆଣ୍ଡରସନ୍‌ ଓ ତେନ୍ଦୁଲକର କହିଥିଲେ। ଇଂଲଣ୍ଡର ପୂର୍ବତନ ଫାଷ୍ଟବୋଲର ଜେମ୍‌ସ ଆଣ୍ଡରସନ୍ କ୍ରିକେଟ୍‌ ଇତିହାସରେ ସଫଳତମ ପେସ୍‌ ବୋଲର। ସେ ୧୮୮ ଟେଷ୍ଟରୁ ୭୦୪ଟି ୱିକେଟ୍‌ ନେଇଛନ୍ତି। ଭାରତ ବିପକ୍ଷରେ ସେ ୩୯ଟି ଟେଷ୍ଟରୁ ୧୪୯ଟି ୱିକେଟ୍‌ ନେଇଛନ୍ତି। ଟେଷ୍ଟ କ୍ରିକେଟ୍‌ରେ ବିଶ୍ବର ସଫଳତମ ବ୍ୟାଟ୍‌ସମ୍ୟାନ୍ ସଚିନ ତେନ୍ଦୁଲକର ବିଶ୍ବ କୀର୍ତ୍ତିମାନ ୨୦୦ ଟେଷ୍ଟରୁ ୫୧ଟି ଶତକ ସହ ସର୍ବାଧିକ ୧୫୯୨୧ ରନ୍‌ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ସଚିନ ୩୨ ଟେଷ୍ଟରୁ ୨୫୩୫ ରନ୍‌ କରିଛନ୍ତି।

- Advertisement -

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories