www.samajalive.in
Saturday, December 6, 2025
17.1 C
Bhubaneswar

ଯୁଦ୍ଧକୁ ପୁଟିନ, ଜିନ୍‌ପିଙ୍ଗଙ୍କ ନିନ୍ଦା

ରୁଷ୍‌: ଇସ୍ରାଏଲ-ଇରାନ ଯୁଦ୍ଧ ପ୍ରସଙ୍ଗରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଆଲୋଚନା କରିଛନ୍ତି। ଦୁଇ ନେତା ଏହି ଯୁଦ୍ଧକୁ ନିନ୍ଦା କରିବା ସହିତ ଶାନ୍ତି ବଜାୟ ରଖିବା ଲାଗି ଉଭୟ ଦେଶକୁ ନିବେଦନ କରିଛନ୍ତି। ଯୁଦ୍ଧ ଆରମ୍ଭ କରିଥିବା ଇସ୍ରାଏଲକୁ ଉଭୟ ଜିନ୍‌ପିଙ୍ଗ ଓ ପୁଟିନ ନିନ୍ଦା କରିଛନ୍ତି। ଆଉ ମଧ୍ୟ ଯୁଦ୍ଧ ବନ୍ଦ କରିବା ପୂର୍ବକ ଆଲୋଚନାର ରାସ୍ତାକୁ ଆସିବା ଲାଗି ଉଭୟ ଇସ୍ରାଏଲକୁ ପରାମର୍ଶ ଦେଇଛନ୍ତି। ଜିନ୍‌ପିଙ୍ଗ କହିଛନ୍ତି ଯେ ଯୁଦ୍ଧରେ ସମ୍ପୃକ୍ତ ଦେଶ ବିଶେଷକରି ଇସ୍ରାଏଲ ଉତ୍ତେଜନାକୁ ଯେତେ ଶୀଘ୍ର ସମ୍ଭବ ହ୍ରାସ କରିବା ଦିଗରେ ପଦକ୍ଷେପ ନେବା ଦରକାର। ସେହିପରି ରୁଷ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ (କ୍ରେମଲିନ୍‌) ମଧ୍ୟ ଏହି ଯୁଦ୍ଧ ପାଇଁ ଇସ୍ରାଏଲକୁ ନିନ୍ଦା କରିଛି। ବୁଧବାର ପୁଟିନ କହିଥିଲେ ଯେ ଏହି ଯୁଦ୍ଧରେ ସେ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ। ଏପରି କି ଇରାନ ପଟୁ ଇସ୍ରାଏଲ ଯେଉଁ ବିପଦ ଆଶଙ୍କା କରୁଛି ତାକୁ ଦୂର କରିବା ଦିଗରେ ରୁଷ୍ ପଦକ୍ଷେପ ନେବ ବୋଲି ପୁଟିନ କହିଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories