www.samajalive.in
Saturday, December 6, 2025
15.1 C
Bhubaneswar

ଇରାନ ଜଳୁଛି, କିନ୍ତୁ ଲୋକେ ଖୁସି ମନାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ-ଇରାନ ଯୁଦ୍ଧକୁ ୭ଦିନ ବିତିଲାଣି। ଯୁଦ୍ଧରେ ଦୁଇ ଦେଶ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଇସ୍ରାଏଲ ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରି ତାହାକୁ ଧ୍ବସ୍ତବିଧ୍ବସ୍ତ କରିସାରିଲାଣି। ଇରାନ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ହେବା ନେଇ ଯେଉଁ ସ୍ଵପ୍ନ ଦେଖିଥିଲା ତାହା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ଦେଶର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲ୍ଲୀ ଖାମନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରମାଣୁ ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରି ବିପଦକୁ ଡାକିଛନ୍ତି। ଇସ୍ରାଏଲ ଆକ୍ରମଣରେ ସାରା ଇରାନ ଥରିଉଠିଛି। ଲୋକେ ରାଜଧାନୀ ତେହରାନ ଛାଡ଼ି ଅନ୍ୟତ୍ର ପଳାଉଛନ୍ତି। ଏଭଳି ବିପଦ ସମୟରେ କିନ୍ତୁ ଇରାନବାସୀ ଖୁସି ମନାଉଛନ୍ତି। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥାଇପାରେ, ହେଲେ ଏହା ସତ୍ୟ ବୋଲି କହିଛନ୍ତି ଇରାନର ନିର୍ବାସିତ ନେତା ତଥା ୧୫ ବର୍ଷ ଧରି ନୂତନ ଇରାନ ଆନ୍ଦୋଳନ ଚଳାଉଥିବା ଇମାନ ଫୋରୋଉତାନ।

ଇମାନ୍‌ କହିଛନ୍ତି, ଇସ୍ରାଏଲ ଆକ୍ରମଣ ଯୋଗୁ ଇରାନରେ ଶାସନ ପରିବର୍ତ୍ତନ ହେବାକୁ ଯାଉଛି। ଅନେକ ବଡ଼ ବଡ଼ ନେତା ଇରାନ ଛାଡ଼ି ଅନ୍ୟତ୍ର ପଳାଇଛନ୍ତି। ଖାମନେଇ ବି ଦେଶ ଛାଡ଼ି ପଳାଇବାର ବିକଳ୍ପ ଖୋଜିପାରନ୍ତି। ଇସ୍ରାଏଲ ଆକ୍ରମଣରେ ଇରାନ ଦୋହଲିଗଲାଣି, କିନ୍ତୁ ଇରାନବାସୀ ଉତ୍ସବ ମନାଉଛନ୍ତି। କାରଣ ସେମାନେ ଏହି ଯୁଦ୍ଧକୁ କ୍ଷମତା ପରିବର୍ତ୍ତନର ଏକ ସୁଯୋଗ ବୋଲି ଧରିନେଇଛନ୍ତି।

- Advertisement -

ଇମାନ ଆହୁରି କହିଚନ୍ତି ଯେ, ବର୍ତ୍ତମାନ ସବୁଠୁ ଭଲ ସମୟ ଆସିଛି। କାରଣ ପ୍ରିନ୍ସ ରେଜା ପହଲବୀଙ୍କୁ ନେତା ବାଛିବାର ସୁଯୋଗ ଆସିଛି। ପହଲବୀ ୪୫ ବର୍ଷ ହେବ ଏହି ସମୟକୁ ଅପେକ୍ଷା କରିରହିଛନ୍ତି। ୧୯୭୯ର ଇରାନୀ ଆନ୍ଦୋଳନ ପରଠାରୁ ସେ ନିର୍ବାସିତ ଅଛନ୍ତି। ସେହି ସମୟରେ ତାଙ୍କ ବାପାଙ୍କୁ କ୍ଷମତାରୁ ହଟାଇ ଦିଆଯାଇଥିଲା। ଏବେ କ୍ଷମତା ପରିବର୍ତ୍ତନ ହେଲେ ୪୫ ବର୍ଷ ପରେ ଇରାନବାସୀଙ୍କୁ ପ୍ରକୃତ ସ୍ଵାଧୀନତା ମିଳିବ ବୋଲି ଇମାନ କହିଛନ୍ତି।

ସୂଚନାଯୋଗ୍ୟ, ଇରାନ ସରକାର ଜନସାଧାରଣଙ୍କ ଉପରେ ବହୁ କଟକଣା ଜାରି କରିଛନ୍ତି। ବିଶେଷକରି ମହିଳାମାନଙ୍କୁ ପରାଧୀନତା ଭିତରେ ରଖି ବିଭିନ୍ନ ପ୍ରକାର ନିର୍ଯାତନା ଦିଆଯାଉଛି। ନିକଟ ଅତୀତରେ ହିଜାବ ବିରୋଧରେ ଆନ୍ଦୋଳନ କରିବାରୁ ଶତାଧିକ ମହିଳାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଛି। ଯାହାକୁ ନେଇ ଇରାନବାସୀ କ୍ଷମତା ପରିବର୍ତ୍ତନ ଚାହୁଁଥିବା ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories