www.samajalive.in
Friday, December 5, 2025
20.1 C
Bhubaneswar

ଡାକ୍ତରଖାନା ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଗୁରୁବାର ୭ମ ଦିନରେ ପହଞ୍ଚିଛି। ଦୁଇ ଦେଶ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି। ତେବେ ଗୁରୁବାର ଉଭୟ ଦେଶ ଆକ୍ରମଣକୁ ଜୋରଦାର କରିଛନ୍ତି। ଇରାନ ଇସ୍ରାଏଲର ଏକ ଡାକ୍ତରଖାନା ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହି ଯୁଦ୍ଧରେ ଆମେରିକା ସାମିଲ ହେବାର ସମ୍ଭାବନା ରହିଛି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିବା ପରେ ଇରାନ ରକ୍ତମୁଖା ହୋଇପଡ଼ିଛି। ଇସ୍ରାଏଲ ଉପରେ ଘନ ଘନ କ୍ଷେପଣାସ୍ତ୍ର ଆକ୍ରମଣ କରୁଛି। ତେବେ ଏହି ଆକ୍ରମଣରେ କେତେ ମୃତାହତ ହୋଇଛନ୍ତି ତାହା ଜଣାପଡ଼ି ନାହିଁ।

ଡାକ୍ତରଖାନା ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ ପରେ ଇସ୍ରାଏଲ କଡ଼ା ଚେତାବନୀ ଦେଇଛି। ଇରାନକୁ ଏହାର ମୂଲ୍ୟ ଦେବାକୁ ପଡ଼ିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି। ଏହା ସହିତ ଇସ୍ରାଏଲ ପକ୍ଷରୁ ଜବାବ ମଧ୍ୟ ଦିଆଯାଇଛି। ଇରାନର ଅରାକ ପରମାଣୁ ରିଆକ୍ଟର ଉପରେ ଇସ୍ରାଏଲ କ୍ଷେପଣାସ୍ତ୍ର ମାଡ଼ କରିଛି। ନୂତନ ଆକ୍ରମଣରେ ଇସ୍ରାଏଲ ଇରାନର ସାମରିକ ଘାଟି, ବରିଷ୍ଠ ଅଧିକାରୀ ଏବଂ ପରମାଣୁ ବୈଜ୍ଞାନିକମାନଙ୍କୁ ଟାର୍ଗେଟ କରିଥିବା ଜଣାପଡ଼ିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories