www.samajalive.in
Saturday, December 6, 2025
23.1 C
Bhubaneswar

ପୁଣି ମଝି ଆକାଶରୁ ଫେରିଲା; ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ନୂଆଦିଲ୍ଲୀ : ଦିଲ୍ଲୀରୁ ଲେହ ଯାଉଥିବା ଇଣ୍ଡିଗୋ ବିମାନର ଗୁରୁବାର ଜରୁରୀ ଅବତରଣ ହୋଇଛି । ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ପାଇଳଟ୍‌ଙ୍କ ସୂଚନା ପରେ ବିମାନ ଉଡାଣ ଭରିବାର କିଛି ସମୟ ପରେ ପୁଣି ଦିଲ୍ଲୀ ଫେରି ଆସିଥିଲା। ବିମାନକୁ ଜରୁରୀ ଅବତରଣ ସମୟରେ ମଧ୍ୟ ଯାତ୍ରୀଙ୍କ ମଧ୍ୟରେ ଭୟ ସହ ହଇଚଇ ସୃଷ୍ଟି ହୋଇଥିଲା । ପରେ ଯାତ୍ରୀଙ୍କ ପାଇଁ ଅନ୍ୟ ଏକ ବିମାନର ଆୟୋଜନ କରାଯାଇଥିଲା । ବିମାନ ୬ଇ ୨୦୦୬ ବିମାନକୁ ୨ ଘଣ୍ଟାରୁ ଅଧିକ ସମୟ ଆକାଶରେ ଥିଲା । ପରେ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା ।
ଇଣ୍ଡିଗୋ ଏୟାରଲାଇନ୍ସର ଅଧିକାରୀ କହିଛନ୍ତି, ଦିଲ୍ଲୀରୁ ଲେହ ପାଇଁ ଉଡାଣ ଭରିଥିବା ଇଣ୍ଡିଗୋ ବିମାନ୬ଇ ୨୦୦୬ରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ବିମାନକୁ ଲେହରେ ଅବତରଣ ପାଇଁ ସମ୍ଭବ ହୋଇନଥିବାରୁ ଦିଲ୍ଲୀ ଫେରିବାକୁ ପଡିଲା ।

ପୂର୍ବରୁ, ମଙ୍ଗଳବାର ଦିନ ସାନ୍‌ ଫ୍ରାନ୍ସିସ୍କୋରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନର ଏକ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହି କାରଣରୁ କଲକାତା ବିମାନବନ୍ଦରରେ ବିମାନର ନିର୍ଦ୍ଧାରିତ ରହଣି ସମୟରେ ଯାତ୍ରୀମାନଙ୍କୁ ଓହ୍ଲାଇବାକୁ ପଡିଥିଲା। ଡ୍ରିମଲାଇନର ବିମାନ ଏଆଇ୧୮୦ ଠିକ୍ ସମୟରେ ରାତି (୧୨.୪୫)ରେ ବିମାନବନ୍ଦରରେ ପହଞ୍ଚିଥିଲା, କିନ୍ତୁ ବାମ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଡ଼ାଣ ବିଳମ୍ବିତ ହୋଇଥିଲା। ସକାଳ ପ୍ରାୟ ୫.୨୦ରେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇବାକୁ କୁହାଯାଇଥିଲା। ବିମାନର କ୍ୟାପ୍ଟେନ ଯାତ୍ରୀମାନଙ୍କୁ କହିଥିଲେ ଯେ ଉଡ଼ାଣ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ବଡ ଖୁସି ନେଇ ଆସୁଛି ଜୁଲାଇ ; ଗୋଟିଏ ପରେ ଗୋଟିଏ ରାଜଯୋଗ, ଏହି ରାଶି ହେବେ କୋଟିପତି, ଖୋଲିବ ବନ୍ଦ ଭାଗ୍ୟର ତାଲା

- Advertisement -

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories