www.samajalive.in
Friday, December 5, 2025
26.1 C
Bhubaneswar

ଇରାନରୁ ସ୍ୱଦେଶ ଫେରିଲେ ୧୧୦ ଭାରତୀୟ ଛାତ୍ର

ନୂଆଦିଲ୍ଲୀ: ବର୍ତ୍ତମାନ ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଲାଗିଥିବା ପରିପ୍ରେକ୍ଷୀରେ ଭାରତ ସରକାର ‘ଅପରେସନ ସିନ୍ଧୁ’ ଜରିଆରେ ଇରାନରେ ଅଧ୍ୟୟନରତ ଭାରତୀୟ ଛାତ୍ରଙ୍କୁ ସ୍ବଦେଶ ଫେରାଇ ଆଣୁଛନ୍ତି। ବୁଧବାର ୧୧୦ ଭାରତୀୟ ଛାତ୍ର ଦୋହାରୁ ଇଣ୍ଡିଗୋ ବିମାନ ଯୋଗେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରେ ଜାମ୍ମୁ-କାଶ୍ମୀରର ୯୦ ଛାତ୍ରଛାତ୍ରୀ ସାମିଲ ଅଛନ୍ତି। ଦିଲ୍ଲୀରେ ପହଞ୍ଚିବାପରେ ୯୦ ଛାତ୍ରଛାତ୍ରୀଙ୍କୁ ଶ୍ରୀନଗର ପଠାଯିବାର ବ୍ୟବସ୍ଥା କରାଯାଉଛି। ଏହି ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ସ୍ବଦେଶ ଅଣାଯାଉଥିବା ପ୍ରକାଶ। ସ୍ବଦେଶ ଫେରିଆସିଥିବାରୁ ଜାମ୍ମୁ-କାଶ୍ମୀର ଛାତ୍ର ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି। ଇରାନରେ ଅଟକିଥିବା ଅନ୍ୟ ଭାରତୀୟ ଛାତ୍ରଙ୍କୁ ଖୁବ୍‌ଶୀଘ୍ର ସ୍ବଦେଶ ଫେରାଇ ଆଣିବାର ବ୍ୟବସ୍ଥା କରାଯାଉଛି।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories