www.samajalive.in
Monday, December 8, 2025
17.1 C
Bhubaneswar

ଯଦି ଖୋମିନିଙ୍କ ମୃତ୍ୟୁ ହୁଏ, କିଏ ହେବ ପରବର୍ତ୍ତୀ ସର୍ବୋଚ୍ଚ ନେତା ?

ସମାଜ ଡିଜିଟାଲ ଡେସ୍କ: ଇରାନ-ଇସ୍ରାଏଲ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଆଜି ଯୁଦ୍ଧର ଷଷ୍ଠ ଦିନ । ଇସ୍ରାଏଲ ସହିତ ଟ୍ରମ୍ପ ମଧ୍ୟ ଇରାନ ପଛରେ ପଡିଥିବା ମନେ ହେଉଛି । ସମ୍ପ୍ରତି ଡୋନାଲ୍ଡ ଟ୍ରମ୍ପ ଆୟାତୋଲ୍ଲା ଅଲ୍ଲୀ ଖୋମିନିଙ୍କୁ ଏକ ଚେତାବନୀ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ କୌଣସି ସର୍ତ୍ତ ବିନା ଆତ୍ମସମର୍ପଣ କରନ୍ତୁ ଖୋମିନି । ଏହା ପରେ ଖୋମିନି ମଧ୍ୟ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ସେ ୟିହୁଦୀମାନଙ୍କ ପ୍ରତି କୌଣସି ପ୍ରକାର ଦୟା ଦେଖାଇବେ ନାହିଁ । ଏବେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି । ନେତାନ୍ୟାୟୁ କହିଛନ୍ତି ଯେ ଯଦି ଆୟାତୋଲ୍ଲା ଅଲ୍ଲି ଖୋମିନିଙ୍କୁ ହତ୍ୟା କରାଯାଏ, ତେବେ ଯୁଦ୍ଧ ଶେଷ ହୋଇଯିବ । ଯଦି ଏହା ହୁଏ ତେବେ ଇରାନର ପରବର୍ତ୍ତୀ ନେତା କିଏ ହେବେ ତାହାକୁ ନେଇ ଚର୍ଚ୍ଚା ହେଉଛି ।

ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖୋମିନି ବର୍ତ୍ତମାନ ଚିନ୍ତିତ ଏବଂ ଏକାକୀ ଥିବା ପରି ମନେ ହେଉଛି । କାରଣ ଗୋଟିଏ ପଟେ ନେତାନ୍ୟାହୁଙ୍କ ବୟାନ ଓ ସେପଟେ ଟ୍ରମ୍ପଙ୍କ ଚେତାବନୀ ତାଙ୍କୁ ହରଡଘଣାରେ ପକାଇବା ସହ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ସକର୍ତ କରାଇ ଦେଇ କହିଛନ୍ତି ସଦ୍ଦାମ ହୁସେନଙ୍କ ପରି ସମାନ ଅବସ୍ଥା ଭୋଗିବାକୁ ପଡିବ ।

- Advertisement -

କିଏ ହେବ ପରବର୍ତ୍ତୀ ସର୍ବୋଚ୍ଚ ନେତା

ମୋଜତବା ଖୋମିନି
ମୋଜତବା ଖୋମିନି ହେଉଛନ୍ତି ସର୍ବୋଚ୍ଚ ନେତାଙ୍କ ଦ୍ୱିତୀୟ ପୁଅ ଏବଂ ଏହି ପଦବୀ ପାଇଁ ସବୁଠାରୁ ବଡ ଦାବିଦାର । ୧୯୬୯ମସିହାରେ ସେ ଜନ୍ମଗ୍ରହଣ କରିଥିଲେ । ମୋଜତବା ଇସଲାମିକ୍‍ ରିଭଲ୍ୟୁସନାରୀ ଗାର୍ଡ କର୍ପସ ଏବଂ ଇରାନ ଧର୍ମଗୁରୁ ପ୍ରତିଷ୍ଠାନ ସହିତ ଜଡ଼ିତ ଅଛନ୍ତି । ସେ ଏହି ଯୁଦ୍ଧରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।

ଅଲିରେଜା ଅରାଫି
ଅଲିରେଜା ଅରାଫି ଜଣେ ଇରାନୀ ସିଆ ଧର୍ମଗୁରୁ । ଯିଏ ଅଭିଭାବକ ପରିଷଦର ସଦସ୍ୟ ଅଟନ୍ତି । ତାଙ୍କର ବୟସ ୬୨ବର୍ଷ ହେବ । ଅଲିରେଜା ଅଲ୍‍-ମୁସ୍ତାଫା ଇଣ୍ଟରନ୍ୟାସନାଲ ୟୁନିଭସିଟିର ପୂର୍ବତନ ଅଧ୍ୟକ୍ଷ ମଧ୍ୟ ରହିଛନ୍ତି । ସେ ଇରାନର ପରବର୍ତ୍ତୀ ସର୍ବୋଚ୍ଚ ନେତା ହେବା ପାଇଁ ରେସରେ ଅଛନ୍ତି ।

ଅଲି ଅସଗର ହେଜାଜି
ଆୟାତୋଲ୍ଲା ଅଲ୍ଲି ଖୋମିନିଙ୍କ କାର୍ଯ୍ୟାଳୟରେ ରାଜନୈତିକ ସୁରକ୍ଷା ମାମଲା ଦେଖାଶୁଣା କରୁଥିବା ଅଲି ଅସଗର ଇରାନର ସର୍ବୋଚ୍ଚ ନେତା ଭାବେ ନିର୍ବାଚିତ ହେବାକୁ ତାଲିକାରେ ଜଣେ ଦାବିଦାର ଭାବେ ଉଭା ହୋଇଛନ୍ତି । ସେ ରଣନୈତିକ ନିଷ୍ପତି ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ।

ଗୁଲାମ ହୁସେନ ମୋହସେନି ଏଜେଇ
ଇରାନ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରନ୍ତି ଗୁଲାମ ହୁସେନ ମୋହସେନି ଏଜେଇ । ସେ ଦଶନ୍ଧି ଧରି ଗୁପ୍ତଚର ବିଭାଗରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସର୍ବୋଚ୍ଚ ନେତା ଭାବେ ସେ ଜଣେ ଦୃଢ ଦାବିଦାର ହୋଇପାରନ୍ତି । ଇରାନର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ସହିତ ଗୁପ୍ତଚର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ଆଇନଗତ କୌଶଳ ବିଷୟରେ ବହୁତ ଜ୍ଞାନ ଏବଂ ବୁଝାମଣା ଅଛି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories