www.samajalive.in
Saturday, December 13, 2025
26.1 C
Bhubaneswar

ଭଦ୍ରାଚଲମରୁ ଦାଦନ ଶ୍ରମିକ ନିଖୋଜ, ଆଶା ଏବଂ ଆଶଙ୍କାରେ ପରିବାର 

କଲମପୁର: ଦାଦନ ଶ୍ରମିକ ନିଖୋଜ। କଳାହାଣ୍ଡି କଲମପୁରରେ ଅଭାବନୀୟ ଘଟଣା ଘଟିଛି। ଗତ ୩ ମାସ ତଳେ ଡୁମେରମୁଣ୍ଡା ଭିର୍କାପଡାର ପଦ୍ମନାଭ ମାଝୀ ନାମକ ଜଣେ ଯୁବକ କିଛି ଶ୍ରମିକଙ୍କ ସହ ମିଶି ଭଦ୍ରାଚଲମକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଏକ ଇଟା ଭାଟିରେ ନିୟୋଜିତ ହୋଇ କାମ କରୁଥିଲେ। କିନ୍ତୁ ଗତ ୧୦ ତାରିଖରେ ପଦ୍ମନାଭ କୌଣସି ପାରିବାରିକ କାମ ପାଇଁ  ଘରକୁ ବସ୍ ଯୋଗେ ଆସିଥିଲେ। ହେଲେ ଘରକୁ ନ ଫେରି କେଉଁଆଡେ ନିଖୋଜ ହୋଇଯାଇଥିଲେ।  ପରିବାର ଲୋକ ଖୋଜି ଖୋଜି ଆମପାଣି ଠାରୁ ସିନାପାଲି ପର୍ଯ୍ୟନ୍ତ ପହଞ୍ଚିଛନ୍ତି। ହେଲେ ପଦ୍ମନାଭ ର କୌଣସି ସନ୍ଧାନ ମିଳିନାହିଁ। ଏନେଇ ପଦ୍ମନାଭର ପତ୍ନୀ ଯମୂନା ମାଝୀ ନିଜ ସ୍ୱାମୀର ନିଖୋଜ ନେଇ କଲମପୁର ପୁଲିସ ଥାନାରେ ଏକ ଏତଲା ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories