www.samajalive.in
Saturday, December 13, 2025
26.1 C
Bhubaneswar

ବଳରାମପୁରରେ ଫୁଟିଲା ବ୍ରହ୍ମକମଳ 

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲାପଡ଼ା ପଞ୍ଚାୟତ ବଳରାମପୁର ଗାଁର ପଞ୍ଚୁ ବେହେରାଙ୍କ ଘରେ ଗୋଟିଏ ଦିନରେ ୭ ଟି ବ୍ରହ୍ମ କମଳ ପୁଷ୍ପ ଫୁଟିଛି ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି । ଲୋକଙ୍କ ଭିଡ଼ ଜମିବା ସହ ଲୋକେ ଦର୍ଶନ କରି ଧୂପ ଦୀପ ମଧ୍ୟ ଜାଳୁଛନ୍ତି l ଫିରିଙ୍ଗିଆ ଅଞ୍ଚଳରେ ଦୀର୍ଘ ଦିନ ପୂର୍ବରୁ ଏହି ବ୍ରହ୍ମ କମଳ ଫୁଲ ଜଣକ ବାଡ଼ିରେ ଫୁଟିଥିବା ବେଳେ ଏକା ଥରକେ ଗୋଟିଏ ରାତିରେ ୭ ଟି ଫୁଲ ଫୁଟିଥିବାରୁ ପରିବାର ଅତି ଖୁସି ବ୍ୟକ୍ତ କରିଛନ୍ତି l ଗତ ୧ ମାସ ତଳେ ପଞ୍ଚୁ ବେହେରାଙ୍କ ଘରେ ଗୋଟିଏ ବ୍ରହ୍ମ କମଳ ପୁଷ୍ପ ଫୁଟିଥିଲା  ତାହାକୁ ନେଇଁ ରାତିରେ ଯଥା ବିଧି ପୂଜାର୍ଚ୍ଚନା ସହ  ଯଜ୍ଞ ହେଉଥିବା ସ୍ଥାନରେ ଦେଇ ବ୍ରହ୍ମକମଳ ପୁଷ୍ପ ପୂଜାରେ ଲଗା ଯାଇଥିଲା l ଆଜି ପୁଣି ଗୋଟିଏ ରାତିରେ ୭ ଟି ବ୍ରହ୍ମ କମଳ ପୁଷ୍ପ ଫୁଟି ଥିବାରୁ ଖୁସିରେ ପରିବାର ଲୋକେ ପୂଜାର୍ଚ୍ଚନା ସହ ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ରତଙ୍ଗ ଗ୍ରାମରେ ପୂଜା ପାଉଥିବା ରୁଦ୍ରେ ଶ୍ୱର ବାବା ଫୁଟା ଲିଙ୍ଗ ଶିବ ମନ୍ଦିରରେ ସମସ୍ତ ବ୍ରହ୍ମ କମଳ ପୁଷ୍ପ ନେଇଁ ପୂଜାର୍ଚନା ସହ ଅର୍ପଣ କରିଛନ୍ତି l ପୂଜକ ମଧ୍ୟ ଅତି ଆନନ୍ଦରେ ରୁଦ୍ରେଶ୍ୱର ବାବାଙ୍କୁ ବ୍ରହ୍ମକମଳ ପୁଷ୍ପ ଅର୍ପଣ କରିଥିବା ଦେଖିବାକୁ ମିଳିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories