www.samajalive.in
Monday, December 8, 2025
13.1 C
Bhubaneswar

ଖଣ୍ଡାରେ ଯୁବକଙ୍କୁ ଆକ୍ରମଣ ମାମଲା, ଜଣେ ଗିରଫ

ଗୋପାଳପୁର : ଗୋଳନ୍ଥରା ଥାନା ଅଧିନସ୍ଥ ବି ଗୋବିନ୍ଦ ପୁର ନିକଟରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣାରେ ଆଜି ଗୋଳନ୍ଥରା ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଜଣଙ୍କ ଗୋବିନ୍ଦପୁରର ସତ୍ୟ ପ୍ରଧାନ ଓରଫ ହାଣ୍ଡୁ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଅଭିଯୋଗ ଅନୁଯାଇ ଗୋଳନ୍ଥରା ଥାନା ଅଧିନସ୍ଥ ସାନ କୁସୁମି ଗ୍ରାମର ଶିବ ପ୍ରଧାନ ଓ ବି.ଗୋବିନ୍ଦପୁର ଗ୍ରାମର ଚାରି ଜଣ ସାଙ୍ଗ ମିଶି ଗତ ୧୫ ତାରିଖ ସକାଳେ ଗାଁ ମସାଣି ନିକଟରେ ଏକ ଭୋଜି ଆୟୋଜନ କରିଥିଲେ । ଅପରାହ୍ନରେ ଗ୍ରାମର ମଶାଣି ନିକଟରେ ଭୋଜି ଖାଇବା ପରେ ସତ୍ୟ ପ୍ରଧାନ ଶିବ ପ୍ରଧାନଙ୍କୁ ମତେ ଟିକେ ଘରେ ଛାଡ଼ିଦେବାକୁ କହିଥିଲା। ଉଭୟ ଚାଲି ଚାଲି ଯାଉଥିବା ବେଳେ ବି. ଗୋବିନ୍ଦପୁର ନିକଟରେ ସତ୍ୟ ଏକ ଧାରୁଆ ଖଣ୍ଡାରେ ଶିବଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା, ଯାହାଫଳରେ ସେଠାରେ ରକ୍ତାକ୍ତ ଅବସ୍ଥାରେ ଶିବ ଅଚେତ ହୋଇ ପଡ଼ି ଯାଇଥିଲା । ଅନ୍ୟ ଦୁଇ ସାଙ୍ଗ ଘଟଣାସ୍ଥଳରେ ପହଞ୍ଚି  ଶିବକୁ  ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଘଟଣା ନେଇ ଆଜି ଶିବ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories