www.samajalive.in
Friday, December 5, 2025
26.1 C
Bhubaneswar

ପୁଅର ମୃତଦେହ ଦେଖି ଭାଙ୍ଗି ପଡିଲେ ବାପା

ସମାଜ ଡିଜିଟାଲ ଡେସ୍କ: ୧୨ ଜୁନରେ ଅହମଦାବାଦରେ ହୋଇଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା କ୍ୟାପଟେନ୍‍ ସୁମିତ ସଭରୱାଲଙ୍କ ମୃତଦେହ ତାଙ୍କ ମୁମ୍ବାଇ ସ୍ଥିତ ଘରେ ପହଞ୍ଚିଛି । ଡିଏନଏ ନମୁନା ପରୀକ୍ଷା ହେବା ପରେ ମଙ୍ଗଳବାର ସକାଳୁ ସୁମିତଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ଏହି ସମୟରେ ସୁମିତଙ୍କ ମୃତଦେହ ଦେଖି ଭାଙ୍ଗି ପଡିଥିଲେ ତାଙ୍କ ମାତା ପିତା । ଲୁହଭରା ଆଖିରେ ପୁଅକୁ ଦେଖି ବିଦାୟ ଦେଉଛନ୍ତି ସୁମିତ ବାପା । ସୁମିତ ଖୁବଶୀଘ୍ର ଚାକିରିରୁ ଅବସର ନେଇ ତାଙ୍କ ବାପାଙ୍କ ସେବା କରିଥାନ୍ତେ । ହେଲେ ଭଗବାନଙ୍କ ଇଚ୍ଛା କିଛି ଅଲଗା ହିଁ ଥିଲା । ସୁମିତଙ୍କ ଅନ୍ତିମ ଯାତ୍ରା ବେଳେ ପିତା ପୁଷ୍କରାଜ ଲୁହଭରା ଆଖିରେ ବିଦାୟ ଦେଇଥିଲେ । ୬୦ବର୍ଷୀୟ ସୁମିତ ବିମାନରେ ଅନ୍ୟ ପାଇଲଟଙ୍କ ଅପେକ୍ଷା ସବୁଠାରୁ ଅଭିଜ୍ଞ ଥିଲେ । ତାଙ୍କ ପିତା ୯୦ବର୍ଷ ବୟସ୍କ, ସୁମିତ ବହୁତ ଶୀଘ୍ର ଅବସର ନେବାକୁ ଯାଉଥିଲେ, ଯାହା ଦ୍ୱାରା ସେ ତାଙ୍କ ବାପାଙ୍କ ସହିତ ତାଙ୍କର ବାକି ସମୟ ବିତାଇପାରିବେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories