www.samajalive.in
Friday, December 12, 2025
15.1 C
Bhubaneswar

ଆଜି ଭାରତ ଆସୁଛନ୍ତି ସାଉଦି ଆରବ ରାଜା: ପାକିସ୍ତାନର ସୀମାପାର ଆତଙ୍କବାଦ ପ୍ରସଙ୍ଗ ଉଠାଇପାରେ ନୂଆଦିଲ୍ଲୀ

ନୂଆଦିଲ୍ଲୀ: ପାକିସ୍ତାନ ଗସ୍ତ ପରେ ସାଉଦି ଆରବ ରାଜା ମହମ୍ମଦ ବିନ ସଲମାନ ମଙ୍ଗଳବାରଠାରୁ ୨ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଆତଙ୍କବାଦ ସମସ୍ୟାର ମୁକାବିଲା ଲାଗି ପ୍ରତିରକ୍ଷା, ନିରାପତ୍ତା ଏବଂ ଗୋଇନ୍ଦା ଆଦାନପ୍ରଦାନ କ୍ଷେତ୍ରରେ ଦୁଇ ରାଷ୍ଟ୍ରର ପରସ୍ପର ସହଯୋଗ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ବୁଧବାର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ଆଲୋଚନା କରିବେ। ସାଉଦି ଆରବ ରାଜା ନିକଟରେ ପାକିସ୍ତାନ ଗସ୍ତ କରିବା ସହ ବୃହତ ପରିମାଣର ଆର୍ଥିକ ସହାୟତା ଦେବା ନେଇ ଘୋଷଣା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନର ସୀମାପାର ଆତଙ୍କବାଦ ବୃଦ୍ଧି ପାଉଥିବାରୁ ଭାରତ ପକ୍ଷରୁ ସୌଦି ପ୍ରିନ୍ସଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଯାଇପାରେ ବୋଲି କୁହାଯାଉଛି।

ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଏକ ଷ୍ଟ୍ରାଟେଜିକ ପାର୍ଟନରଶିପ କାଉନସିଲ ଗଠନ କରାଯିବ, ଯାହା ଦ୍ବାରା ଉଭୟ ଦେଶ ମଧ୍ୟରେ ସହଭାଗିତା ଏବଂ ସହଯୋଗିତା ବୃଦ୍ଧି କରାଯାଇପାରିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ(ଅର୍ଥନୈତିକ ସମ୍ପର୍କ) ଟି.ଏସ. ତିରୁମୂର୍ତ୍ତି କହିଛନ୍ତି। ଉଭୟ ଦେଶ ମଧ୍ୟରେ ନିବେଶ, ପର୍ଯ୍ୟଟନ, ଗୃହ ନିର୍ମାଣ ଏବଂ ପ୍ରସାରଣ କ୍ଷେତ୍ରରେ ୫ଟି ଚୁକ୍ତି ସ୍ବାକ୍ଷରିତ ହେବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories