www.samajalive.in
Friday, December 5, 2025
26.1 C
Bhubaneswar

ପେରୁରେ ଭୂମିକମ୍ପ; ଜଣେ ମୃତ, ୫ ଗୁରୁତର

ନୂଆଦିଲ୍ଲୀ : ଦକ୍ଷିଣ ଆମେରିକା ଦେଶ ପେରୁରେ ପ୍ରଶାନ୍ତ ମହାସାଗରର ମଧ୍ୟ ତଟରେ ଜୋର୍‌ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପ ଅନୁଭବ ହେବା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ । ଭୂକମ୍ପର ତୀବ୍ରତା ରେକ୍ଟର ସ୍କେଲରେ ୬.୧ ରେକର୍ଡ କରାଯାଇଛି । ଭୂକମ୍ପର ଅଧିକ ପ୍ରଭାବ ଲୀମା ସହରରେ ଦେଖାଯାଇଛି ।
ଭୂମିକମ୍ପର ପ୍ରଭାବ ଲିମା ସହରରେ ସର୍ବାଧିକ ଅନୁଭୂତ ହୋଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ମଧ୍ୟ ରାଜଧାନୀ ଲିମାରୁ ପଶ୍ଚିମରେ କାଲାଓର ଦକ୍ଷିଣ-ପଶ୍ଚିମରେ ୨୩ କିଲୋମିଟର (୧୪ ମାଇଲ) ଦୂରରେ ଅବସ୍ଥିତ ଥିଲା। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ ଭୂମିକମ୍ପର ସ୍ପଷ୍ଟତା କରିଛି ।

ଭୂମିକମ୍ପ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ରାସ୍ତା ଏବଂ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଛି। ସରକାର ସତର୍କ ସୂଚନା ଜାରି କରିଛନ୍ତି ଏବଂ ଉଦ୍ଧାର ଦଳକୁ କ୍ଷେତ୍ରକୁ ପଠାଇଛନ୍ତି।

ଦୀର୍ଘ ବର୍ଷ ପରେ ଜୁଲାଇରେ ଦୁର୍ଲ୍ଲଭ ଯୋଗ; ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ଏହି ରାଶିଙ୍କୁ କରିବ କୋଟିପତି, ଖୋଲିବ ବନ୍ଦ ଭାଗ୍ୟର ତାଲା..

- Advertisement -

 

ବଡ ଅଘଟଣରୁ ବର୍ତ୍ତିଲା ଯାତ୍ରୀବାହୀ ବିମାନ; ଥିଲେ ୨୫୦ ଯାତ୍ରୀ

ଦେଖନ୍ତୁ ଭିଡିଓ ; ଜନବସତିରେ ପଶି ପାଣି ପାଇଁ କେମିତି ଛଟପଟ ହେଲା ବାଘ

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories