www.samajalive.in
Friday, December 5, 2025
20.1 C
Bhubaneswar

ଇସ୍ରାଏଲ ଉପରେ ପରମାଣୁ ଆକ୍ରମଣ କରିବ ଏହି ମୁସଲିମ୍‍ ଦେଶ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ଯଦି ତେହରାନ ଉପରେ ପରମାଣୁ ଆକ୍ରମଣ କରେ ତେବେ ପାକିସ୍ତାନ ଇସ୍ରାଏଲ ଉପରେ ପରମାଣୁ ଆକ୍ରମଣ କରିବ । ଏଭଳି ଆଶ୍ୱସ୍ତି ଇରାନକୁ ଦେଇଛି ପାକିସ୍ତାନ । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ଇରାନକୁ କହିଛି ଯେ ଯଦି ଇସ୍ରାଏଲ ତେହରାନ ଉପରେ ପରମାଣୁ ଆକ୍ରମଣ କରେ, ତେବେ ଇସଲାମାବାଦ ୟହୁଦୀ ଦେଶ ଇସ୍ରାଏଲ ଉପରେ ପରମାଣୁ ଅସ୍ତ୍ର ସହିତ ଆକ୍ରମଣ କରିବ । ଇରାନର ସର୍ବୋଚ୍ଚ ଜେନେରାଲ ସରକାରୀ ଟେଲିଭିଜନରେ ଏକ ସାକ୍ଷାତାକାରରେ ଏହି ପ୍ରତିକ୍ରିୟା ଦେଇଛନ୍ତି । ଯଦିଓ ଏପର୍ଯ୍ୟନ୍ତ କୌଣସି ପାକିସ୍ତାନୀ ଅଧିକାରୀ ଏ ବିଷୟରେ ବିବୃତ୍ତି ଦେଇନାହାଁନ୍ତି । କିନ୍ତୁ ଇରାନ ଦୃଢୋକ୍ତିର ସହ ଏହା କହିଛି ।

ଇରାନ-ଇସ୍ରାଏଲ ଯୁଦ୍ଧ ଆରମ୍ଭରୁ ହିଁ ପାକିସ୍ତାନ ମୁସଲିମ୍‍ ଏକତାକୁ ଉଦ୍ଧୃତ କରି ଇରାନକୁ ସମର୍ଥନ କରିଆସିଛି । ଏବେ ପାକିସ୍ତାନ ଇରାନକୁ କହିଛି ଯେ ଯଦି ଇସ୍ରାଏଲ ଇରାନ ଉପରେ ପରମାଣୁ ଅସ୍ତ୍ର ସହିତ ଆକ୍ରମଣ କରେ ତେବେ ପାକିସ୍ତାନ ମଧ୍ୟ ପରମାଣୁ ବୋମା ସହିତ ଆକ୍ରମଣ କରିବ ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories