www.samajalive.in
Saturday, December 13, 2025
26.1 C
Bhubaneswar

କଥାବାର୍ତ୍ତା ନୁହେଁ, ଏବେ କାର୍ଯ୍ୟାନୁଷ୍ଠାନ – ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦ ଆକ୍ରମଣ ଦର୍ଶାଉଛି ଯେ, କଥାବାର୍ତ୍ତା ପାଇଁ ଆଉ ସମୟ ନାହିଁ, ଏବେ ସନ୍ତ୍ରାସବାଦ ଏବଂ ଏହାକୁ ସମର୍ଥନ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସାରା ବିଶ୍ୱ ହାତ ମିଳାଇବାର ସମୟ ଆସିଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀଠାରେ ଆର୍ଜେଣ୍ଟିନା ରାଷ୍ଟ୍ରପତି ମରିସିଓ ମାର୍ସୀଙ୍କ ସହିତ ପ୍ରତିନିଧିସ୍ତରୀୟ ବୈଠକ ପରେ ପ୍ରେସ ବିବୃତ୍ତିରେ ଶ୍ରୀ ମୋଦି କହିଛନ୍ତି, ଆତଙ୍କବାଦ ବିଶ୍ୱ ଶାନ୍ତି ଓ ସ୍ଥିରତା ଉପରେ ଏକ ବୃହତ ବିପତ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆତଙ୍କବାଦ ବିରୁଦ୍ଧରେ ପଦକ୍ଷେପ ନେବାରେ ଆଉ କାଳବିଳମ୍ବ କରିବା ଉଚିତ ନୁହେଁ, କାରଣ ଏହା ଉଗ୍ରବାଦକୁ ଆହୁରି ପ୍ରୋତ୍ସହିତ କରିବ। ଆର୍ଜେଣ୍ଟିନାକୁ କୃଷିର ଏକ ଶକ୍ତି ସ୍ଥଳ ଭାବେ ବର୍ଣ୍ଣନା କରି ଶ୍ରୀ ମୋଦି କହିଛନ୍ତି, ଖାଦ୍ୟ ସୁରକ୍ଷାରେ ଆର୍ଜେଣ୍ଟିନାକୁ ଭାରତ ଭାଗିଦାରଭାବେ ଦେଖିଆସୁଛି। ଗତ ୧୦ବର୍ଷ ମଧ୍ୟରେ ଭାରତ ଏବଂ ଆର୍ଜେଣ୍ଟିନା ମଧ୍ୟରେ ବାଣିଜ୍ୟ କାରବାର ୩ଶହ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ସେ କହିଛନ୍ତି। ପ୍ରେସ ବିବୃତ୍ତିରେ ଆର୍ଜେଣ୍ଟିନାର ରାଷ୍ଟ୍ରପତି ମରିସିଓ ମାର୍ସୀ ପୁଲୱାମା ଆତଙ୍କବାଦ ଆକ୍ରମଣର ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି, ଉଗ୍ରବାଦ ମୁକାବିଲା ଜରୁରୀ ହୋଇପଡିଛି। ସେ କହିଛନ୍ତି, ଆର୍ଜେଣ୍ଟିନା ଭାରତକୁ ଏକ ବାଣିଜ୍ୟ ଅଂଶୀଦାର ରାଷ୍ଟ୍ରଭାବେ ଦେଖୁଛି ଏବଂ ଅଣ ପାରମ୍ପାରିକ ଶକ୍ତି କ୍ଷେତ୍ରରେ ଉଭୟଙ୍କ ନିକଟରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ପ୍ରତିରକ୍ଷା ବେସାମରିକ ପରମାଣୁ କ୍ଷେତ୍ର ପର୍ଯ୍ୟଟନ, ଔଷଧପତ୍ର ଏବଂ କୃଷି ସମେତ ବିଭିନ୍ନ କ୍ଷେତ୍ରରେ ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ୧୦ଟି ରାଜିନାମା ସ୍ୱାକ୍ଷରିତ ହୋଇଛି। ପ୍ରସାରଭାରତୀ ଏବଂ ଆର୍ଜେଣ୍ଟିନାର ସରକାରୀ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମଧ୍ୟରେ ସହଯୋଗ ଓ ସମନ୍ୱୟ ପାଇଁ ମଧ୍ୟ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories