www.samajalive.in
Saturday, December 6, 2025
26.1 C
Bhubaneswar

ଶଶ୍ମାନ ଘାଟ ନିର୍ମାଣ ଓ ଅନୁଦାନ ପାଇଁ ବିଧାୟକଙ୍କୁ ଦାବୀପତ୍ର ପ୍ରଦାନ

କଣ୍ଡାବାଞ୍ଜି : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରାଂଚଳରେ ୨ୟ ଶଶ୍ମାନ ଘାଟ ନିର୍ମାଣ ଏବଂ ଅନୁଦାନ ପାଇଁ ଶୁକ୍ରବାର ଦିନ କଣ୍ଡାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଏହା ବିଧାୟକ ଶ୍ରୀ ବାଗଙ୍କ ଖୁଟୁଲୁମୁଣ୍ଡାସ୍ଥିତ ବାସଗୃହରେ ପ୍ରଦାନ କରାଯାଇଛି। ପ୍ରକାଶ ଥାଉକି ସହରରେ ଏକମାତ୍ର ଶଶ୍ମାନ ଘାଟ ବଙ୍ଗୋମୁଣ୍ଡା ରାସ୍ତାରେ ରହିଛି। ଏହି ଶଶ୍ମାନ ଘାଟରେ ସହରର ୧୧ରୁ ଉର୍ଦ୍ଧ ୱାର୍ଡର ହଜାର ହଜାର ଜନସାଧାରଣ ନିର୍ଭର କରନ୍ତି। କିନ୍ତୁ ଅନ୍ୟ ୬ ଗୋଟି ୱାର୍ଡ ଯଥା ୧୩,୧୪,୧୫,୧୬ ଓ ୧ ର ଜନସାଧାରଣ ଯଥା ଆଶ୍ରମପଡା, ସିଙ୍ଗାଲପଡା, ରେଲୱେ କଲୋନି,ଧୋବାପଡା, କୋଏଲାପଡା, ରେଲୱେ ଷ୍ଟେସନ ପଡା, ତାଲିପଡା, ଝାଙ୍କରପଡା, ଆମ୍ବପଡା, ବିବେକାନନ୍ଦ ନଗର, ଦ୍ୱାରିକା ନଗର ଅଂଚଳର ହଜାର ହଜାର ଲୋକେ ସିମେଂଟ ଫ୍ୟାକ୍ଟ୍ରି ନିକଟରେ ଥିବା ଶଶ୍ମାନ ଘାଟରେ ଶବାଦାହ କରୁଥିଲେ । କିନ୍ତୁ ଉକ୍ତ ସ୍ଥାନରେ କେତେକ ସରକାରୀ କାର୍ଯ୍ୟାଳୟ ଏବଂ ନୂତନ ଓଏସଆରଟିସି ବସଷ୍ଟାଣ୍ଡ ନିର୍ମାଣ ହେବାଦ୍ୱାରା ଉକ୍ତ ଅଂଚଳର ଜନସାଧାରଣ ଶବଦାହ କରିପାରୁ ନାହାନ୍ତି । ଅଂଚଳର ଜନସାଧାରଣ ଶବଦାହ କେନ୍ଦ୍ର ନ ଥିବାରୁ ହଇରାଣ ହରକତ ହୋଇ ବଙ୍ଗୋମୁଣ୍ଡାରାସ୍ତାରେ ଥିବା ୩ ରୁ ୪ କି.ମି. ଦୂର ଶଶ୍ମାନ ଘାଟକୁ ଶବଦାହ ପାଇଁ ନିର୍ଭର କରନ୍ତି । ସିମେଂଟ ଫ୍ୟାକ୍ଟ୍ରି ପଛପଟେ ଏକ ନୂତନ ଶବଦାହ କେନ୍ଦ୍ର ନିର୍ମାଣ ଏବଂ ଅନୁଦାନ ପାଇଁ ଏହି ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ର ପ୍ରଦାନ ବେଳେ କିଶୋର ପୁରୋହିତ, ସ୍ମରଣ କୁମାର ମହାନ୍ତି , ଗୁରୁଦୟାଲ ହଂସ ଓ କାଉନସିଲର ବିକାଶ ତରିଆଙ୍କ ନେତୃତ୍ୱରେ ଶତାଧିକ ୱାର୍ଡବାସୀଙ୍କ ଦସ୍ତଖତ ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଛି । ବିଧାୟକ ଶ୍ରୀ ବାଗ ଯଥା ଶିଘ୍ର ନୂତନ ଏକ ଶବଦାହ କେନ୍ଦ୍ର ନିର୍ମାଣ ପାଇଁ ଆବଶ୍ୟକ ଜମି ପ୍ରଦାନ ନିମନ୍ତେ ତହସିଲଦାର କଂଟାବାଂଜିକୁ ଅନୁରୋଧ କରିଥିବା ବେଳେ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories