www.samajalive.in
Friday, December 5, 2025
26.1 C
Bhubaneswar

ଆମେ ବଞ୍ଚିପାରିବୁ ନାହିଁ, ସାମ୍ନାକୁ ଆସିଲା ଏଟିସିକୁ ପାଇଲଟ୍‍ ସୁମିତଙ୍କ ଶେଷ ମେସେଜ

ସମାଜ ଡିଜିଟାଲ ଡେସ୍କ: ଅହମଦାବାଦ ବିମାନ ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ବିମାନରେ ଥିବା ପାଇଲଟ ସୁମିତ ସଭରୱାଲ ଏୟାର ଟ୍ରାଫିକ୍‍ କଣ୍ଟ୍ରୋଲର୍‍ଙ୍କୁ ପଠାଇଥିବା ଶେଷ ମେସେଜ ଏବେ ସାମ୍ନାକୁ ଆସିଛି । ଉଡାଣ ଭରିବାର ମାତ୍ର ୪-୫ ସେକେଣ୍ଡ ମଧ୍ୟରେ ସୁମିତ ମେଡେ, ମେଡେ, ମେଡେ ବୋଲି କହୁଛନ୍ତି । ଥ୍ରଷ୍ଟ ମିଳୁନାହିଁ, ପାୱର କମ୍‍ ହେଉଛି, ବିମାନ ଉପରକୁ ଉଠୁନାହିଁ, ଆମେ ବଞ୍ଚିପାରିବୁ ନାହିଁ । ଏଭଳି ମେସେଜ ଦେଇଥିଲେ ପାଇଲଟ ସୁମିତ ।
ଏହି ମେସେଜର କିଛି ମିନିଟରେ ହିଁ ବିମାନଟି ଏକ ମେଡିକାଲ ହଷ୍ଟେଲ କୋଠାରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଯେଉଁଥିରେ ୨୭୫ଜଣ ପ୍ରାଣ ହରାଇଛନ୍ତି । ବିମାନରେ ୨୪୨ଜଣ ଥିବା ବେଳେ ସେଥିରୁ ୧୨ଜଣ କ୍ରୁ ସଦସ୍ୟ ଥିଲେ । ମେଡିକାଲ ହଷ୍ଟେଲ କୋଠାରେ ୩୪ଜଣଙ୍କ ମୃତ୍ୟୁ ହୋଇଥିଲା ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories