www.samajalive.in
Saturday, December 6, 2025
23.1 C
Bhubaneswar

ବିମାନ ଦୁର୍ଘଟଣା: ୧୦୦୦ଂ ସେଲସିୟସ୍‍ ରେ ବି ସୁରକ୍ଷିତ ଥିଲା ଭଗବଦ୍‍ ଗୀତା

ସମାଜ ଡିଜିଟାଲ ଡେସ୍କ: ଗୁରୁବାର ଅହମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣାରେ ସବୁକିଛି ପୋଡି ପାଉଁଶ ହୋଇଯାଇଛି । ଅନେକଙ୍କ ସ୍ୱପ୍ନ ମଧ୍ୟ ବିମାନ ନିଆଁରେ ଜଳିଯାଇଛି । ୨୬୦ରୁ ଅଧିକ ଜୀବନ ନେଇଥିବା ଏହି ଭୟଙ୍କର ବିମାନ ଦୁର୍ଘଟଣା ସାରା ଦେଶରେ ଶୋକାକୂଳ ପରିବେଶ ଦେଇଛି । ହେଲେ ବିମାନ ଦୁର୍ଘଟଣାରେ ଗୋଟିଏ ଭଗବଦ୍‍ ଗୀତା ବହି ସୁରକ୍ଷିତ ଭାବରେ ମିଳିଛି । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଜଣେ ଅଧିକାରୀ ଘଟଣା ସ୍ଥଳରୁ ଭଗବଦ୍‍ ଗୀତା ବହିଟି ପାଇଥିଲେ । ବହିର ସମସ୍ତ ପୃଷ୍ଠା ଓଲଟାଇ ସେ ଦେଖିଥିଲେ ଯେ ବହିଟି ଟିକେ ବି ହେଲେ ନିଆଁରେ ଜଳି ନଥିଲା । ଏହି ଭଗବଦ୍‍ ଗୀତା ବହିଟି ଗୁଜରାଟୀ ଭାଷାରେ ଲେଖାଥିବା ଦେଖିବାକୁ ମିଳିଛି ।

ବିମାନ ଦୁର୍ଘଟଣାରେ ୧୦୦୦ଂ ସେଲସିୟସ୍‍ ତାପମାତ୍ରାରେ ଭଗବଦ୍‍ ଗୀତା ସୁରକ୍ଷିତ ମିଳିଥିଲା । ଯେଉଁ ତାପମାତ୍ରାରେ ଲୁହା ମଧ୍ୟ ତରଳିଗଲା, ହେଲେ ଗୀତାର ଗୋଟିଏ ବି ପୃଷ୍ଠା କ୍ଷତିଗ୍ରସ୍ତ ହୋଇନଥିଲା । ବିମାନରେ ନିଆଁ ଲାଗିବା ବେଳେ ଚାରି ପାଖର ତାପମାତ୍ରା ହଜାରେ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା । ଏହି କାରଣରୁ ଉଦ୍ଧାର କାର୍ଯ୍ୟ ବହୁତ କଷ୍ଟକର ହୋଇଥିଲା । ପାଖରେ ଥିବା ପଶୁ ପକ୍ଷୀମାନେ ମଧ୍ୟ ଏଥିରୁ ବର୍ତ୍ତିନଥିଲେ, ସମସ୍ତେ ପୋଡି ପାଉଁଶ ହୋଇଯାଇଥିଲେ । ଉଦ୍ଧାର କାର୍ଯ୍ୟରେ ଥିବା ଜଣେ ଅଧିକାରୀ କହିଛନ୍ତି ମୁଁ ଦୀର୍ଘ ୮ବର୍ଷ ହେବ ବିପର୍ଯ୍ୟୟ ପରିସ୍ଥିତି ଦେଖିଛି ହେଲେ ଏଭଳି କେବେ ଦେଖିନାହିଁ । ଆମେ ପିପିଇ କିଟ୍‍ ପିନ୍ଧି ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ଏହା କଷ୍ଟକର ହୋଇଥିଲା । ସବୁଠି ଭଗ୍ନାବିଶେଷ ବିଛାଡି ହୋଇ ପଡିଥିଲା ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories