www.samajalive.in
Sunday, December 14, 2025
26.1 C
Bhubaneswar

ଶନିବାର ରାଶିଫଳ: ଆର୍ଥିକ କ୍ଷେତ୍ରରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ

ମେଷ:  ଆଜି ରଜପର୍ବରେ ପୋଡ଼ ପିଠାର ମଜା ଉଠାଇପାରନ୍ତି। ଯୁବ ସମ୍ପ୍ରଦାୟ ବାଗୁଡ଼ି ଆଦି ଖେଳ ଓ ବଣ ଭୋଜିରେ ଖୁସି ମନାଇ ପାରନ୍ତି। ମହିଳାମାନେ ପାନ ଖାଇ ଦୋଳିରେ ଝୁଲି ଖୁସି ମନାଇବେ।

ବୃଷ:  ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରୁଛି। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିଥିବାରୁ ରଜ ମଉଜରେ ସମୟ ବିତାଇବେ। ମହିଳାମାନେ ପାନପ୍ରିୟ ହୋଇ ଦୋଳିରେ ଝୁଲିବେ।

- Advertisement -

ମିଥୁନ: ସୁସ୍ଥ ଓ ନିରାମୟ ରହିବେ। ଯୁବ ସମ୍ପ୍ରଦାୟ ରଜ ମଉଜ ସ୍ବରୂପ ନାନା କ୍ରୀଡ଼ା ଉତ୍ସବରେ ଯୋଗ ଦେବା ସହିତ ମନୋରଞ୍ଜନରେ ବ୍ୟସ୍ଥ ରହିବେ। ମହିଳାମାନେ ପାନ ଓ ଦୋଳିକୁ ପ୍ରାଧାନ୍ୟ ଦେବେ।

କର୍କଟ: ବ୍ୟବସାୟୀମାନେ ଆଜି ବିଭିନ୍ନ ମନୋହରି ସାମଗ୍ରୀ ନେଇ ରଜ ବଜାରରେ ପସରା ମେଲି ଭଲ ରୋଜଗାରରେ ମାତିବେ। ମନୋହରି ସାମଗ୍ରୀ କିଣିବାରେ ମହିଳାମାନେ ବିଶେଷ ଆଗ୍ରହୀ ହେବେ।

ସିଂହ: ରଜ ପାଳନ ପୂର୍ବକ ମହିଳାଙ୍କୁ ଦୋଳି ଖେଳର ସୁବିଧା ଯୋଗାଇ ଦେଇ ରଙ୍ଗିନ ପୋଷାକରେ ସଜାଇ ସେମାନଙ୍କ ମନ ଖୁସି କରାଇ ପାରନ୍ତି। ପିଲାଙ୍କୁ ଝୁଲଣ ବ୍ୟବସ୍ଥା ଓ ମହିଳାଙ୍କୁ ଦୋଳି ଖେଳ ସୁବିଧା ଦେବେ।

କନ୍ୟା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରଜ ମଉଜରୁ ସ୍ବାସ୍ଥ୍ୟ ହାନି ଜନିତ କାର୍ଯ୍ୟରୁ ବିରତ ରହିବେ। ପରିବାରର ମହିଳା ଓ କନିଷ୍ଠମାନଙ୍କୁ ଦୋଳି ଖେଳ ଓ ନାନା ସୌଖୀନ ଦ୍ରବ୍ୟ ଦେଇ ସେମାନଙ୍କର ମନ ଖୁସି ରଖିପାରନ୍ତି।

ତୁଳା: ସୁସ୍ଥ ଓ ନିରାମୟ ରହିବେ। ବ୍ୟବସାୟ ଲାଭପ୍ରଦ ହେବ। ରଜ ବଜାରର ବାହ୍ୟ ଖର୍ଚ୍ଚ ପାଇଁ ପରିବାରର ମହିଳା ଓ ପିଲାଙ୍କ ମନ ଖୁସି କରିବା ପାଇଁ ଦୋଳି ଯୋଗାଇ ଦେବା ସହ ମିଷ୍ଟାନ୍ନ ଖାଦ୍ୟ ଯୋଗାଇ ଦେବେ।

ବିଛା: ବ୍ୟବସାୟ ଅତ୍ୟନ୍ତ ଲାଭପ୍ରଦ ହେବ। ରଜ ବଜାରର ପରିଧାନ ବସ୍ତ୍ର ଯୋଗାଇ ଦେଇ ନିଜେ ଲାଭବାନ୍‌ ହେବା ସହିତ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମହିଳାମାନଙ୍କ ମନରେ ପ୍ରଫୁଲ୍ଲିତ ଭାବ ଆଣିପାରନ୍ତି।

ଧନୁ:  ମହିଳାମାନେ ଶିକ୍ଷା ଓ ବୈଷୟିକ ତାଲିମ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବାରୁ ରଜ ମଉଜକୁ ଦୋଳି ଖେଳ, ବିଡ଼ିଆ ପାନ ନିଜେ ଖାଇ ସାଙ୍ଗସାଥୀଙ୍କୁ ଖୁଆଇ ହସ ଖୁସିରେ ସମୟ ବିତାଇବେ।

ମକର: କର୍ମକ୍ଷେତ୍ରରେ ଢେର ଉନ୍ନତି ଓ ବାଣିଜ୍ୟ କ୍ଷେତ୍ରରେ ପ୍ରଭୂତ ଉନ୍ନତି ଘଟାଇ ଆର୍ଥିକ ସ୍ଥିତିକୁ ଦୃଢ଼ କରି ପରିବାରର ମହିଳାଙ୍କୁ ରଜ ମଉଜ ପାଇଁ ଆର୍ଥିକ ସହାୟତା ଦେବେ। ପିଲାଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବେ।

କୁମ୍ଭ: ବ୍ୟବସାୟ ଓ କର୍ମକ୍ଷେତ୍ରରେ ସମ୍ମାନିତ ହେବାର ସୁଯୋଗ ସୃଷ୍ଟି ହୋଇଛି। ଆର୍ଥିକ କ୍ଷେତ୍ରରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ। ମହିଳାମାନେ ରକ୍ଷଣଶୀଳ ପୂର୍ବକ ସେବା କାର୍ଯ୍ୟରେ ଅଂଶଗ୍ରହଣ କରିବେ।

ମୀନ: ପରିବାରର ମହିଳା ଓ ବିଦ୍ୟାର୍ଥୀମାନେ କ୍ରୀଡ଼ା କ୍ଷେତ୍ରରେ କୃତିତ୍ବ ଅର୍ଜନ କରି ପରିବାରର ମାନ, ମର୍ଯ୍ୟାଦାର ଟେକ ରଖିବେ। ପରିବାରର ମୁଖିଆମାନେ ମହିଳାଙ୍କୁ ରଜ ସାମଗ୍ରୀ ଯୋଗାଇ ଦେବେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories