ସମାଜ ଡିଜିଟାଲ ଡେସ୍କ: କେନ୍ଦୁଝର ଜିଲା ଆନନ୍ଦପୁର ସୋସୋ ଥାନା ବାଲିବରେଇ ଗାଁରେ ପହିଲି ରଜ ପର୍ବରେ ଅଭାବନୀୟ ଘଟଣା । ଶାଶୁ ଓ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରିଛି ସ୍ୱାମୀ । ଫଳରେ ଉଭୟେଙ୍କୁ ପ୍ରଥମେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ପାରିବାରକ କଳହରୁ ଏଭଳି କାଣ୍ଡ ହୋଇଥିବା ସୂଚନା ମିଳିଛି । ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଥିବାରୁ ପୁଲିସ ତାଙ୍କୁ ଖୋଜୁଛି ।
Popular Categories


