ସମାଜ ଡିଜିଟାଲ ଡେସ୍କ: ଆଇନ ଶୃଙ୍ଖଳା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଭଦ୍ରକ ଜିଲାରେ ୫ଟି ସ୍ଥାନରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ । ଭଦ୍ରକ ବ୍ଲକ ଓ ପୌରାଞ୍ଚଳ, ତିହିଡି ବ୍ଲକ ଅଂଚଳ, ଧାମନଗର ବ୍ଲକ ଓ ଏନଏସି ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଗତ କିଛି ଦିନ ତଳେ ଗୋଷ୍ଠୀ ସଂଘର୍ଷରୁ ଜଣେ ଯୁବକ ଆହତ ହୋଇଥିଲେ । ହେଲେ ଗତକାଲି ମେଡିକାଲରେ ତାଙ୍କର ମୃତ୍ୟୁ ହେବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଏଭଳି ପଦକ୍ଷେପ ନିଆଯାଇଛି । ଏହାସହିତ ପୁଲିସ ଫୋର୍ସ ମୃତୟନ ହୋଇଛନ୍ତି ।
Popular Categories



