www.samajalive.in
Sunday, December 14, 2025
23.1 C
Bhubaneswar

ଏହି ଦେଶୀ କମ୍ପାନୀର ଇଲେକ୍ଟ୍ରିକ୍ ସ୍କୁଟର ବିକ୍ରୟ ୧୯୧% ବୃଦ୍ଧି, ଜୁଲାଇ ୧ରେ ଆଣୁଛି ଦୁଇ ନୂଆ ମଡେଲ

ସମାଜ ଡିଜିଟାଲ ଡେସ୍କ: ଦେଶ-ଦୁନିଆରେ ସବୁଠାରୁ ଅଧିକ ଦୁଇଚକିଆ ଯାନ ବିକ୍ରୟକାରୀ କମ୍ପାନୀ ହିରୋ ମୋଟୋକର୍ପ ଧୀରେ ଧୀରେ ଇଲେକ୍ଟ୍ରିକ୍ ସ୍କୁଟର ସେଗମେଣ୍ଟରେ ମଧ୍ୟ ଆଧିପତ୍ୟ ବିସ୍ତାର କରୁଛି। ପ୍ରତି ମାସର ବିକ୍ରୟ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଏବେ ହିରୋ ମୋଟୋକର୍ପର ଭିଡା ବ୍ରାଣ୍ଡର ଭିଡା ଭି୨ ସିରିଜରେ ମଡେଲଗୁଡ଼ିକ ବିକ୍ରି ହେଉଛି, ଯାହାର ମୂଲ୍ୟ ୭୪ ହଜାର ଟଙ୍କାରୁ ୧.୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଗତ ମେ’ ମାସରେ, VIDA V2 ସିରିଜ୍ ଇଲେକ୍ଟ୍ରିକ୍ ସ୍କୁଟର ବିକ୍ରିରେ ୧୯୧%ର ବାର୍ଷକ ବୃଦ୍ଧି ଘଟିଛି ଏବଂ ଏହାର ଗ୍ରାହକ ସଂଖ୍ୟା ୭, ୧୬୫ ହୋଇଛି। ଗତ ବର୍ଷ ମେ’ ମାସରେ, ଭିଡା ଭି୨ ସ୍କୁଟରର ୬୧୨୩ ୟୁନିଟ୍ ବିକ୍ରି ହୋଇଥିଲା।

ଲୋକଙ୍କୁ ପସନ୍ଦ ଆସୁଛି ଭିଡା ସ୍କୁଟର:

- Advertisement -

ଯଦିଓ ଟିଭିଏସ୍, ବଜାଜ୍, ଓଲା ଇଲେକ୍ଟ୍ରିକ୍ ଏବଂ ଆଥର୍ ଏନର୍ଜି ଭଳି ଲୋକପ୍ରିୟ କମ୍ପାନୀ ପରେ ହିରୋ ମୋଟୋକର୍ପ ଇଲେକ୍ଟ୍ରିକ୍ ସ୍କୁଟର ସେଗମେଣ୍ଟରେ ରହିଛି, କିନ୍ତୁ ଗତ କିଛି ମାସର ତଥ୍ୟକୁ ଦେଖିଲେ, ଭିଡା ସ୍କୁଟରର ଚାହିଦା ମାସକୁ ମାସ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ କୁହାଯାଇପାରେ ଯେ, ହିରୋ ମୋଟୋକର୍ପ ଏକ ରଣନୀତି ଅନୁଯାୟୀ କାମ କରୁଛି ଏବଂ ଆଗାମୀ ସମୟରେ ଗ୍ରାହକମାନଙ୍କୁ ଏଭଳି ପ୍ରଡକ୍ଟ ଭେଟି ଦେବାକୁ ଯାଉଛି, ଯାହା ସେମାନଙ୍କ ଆବଶ୍ୟକତାକୁ ପୂରଣ କରିପାରିବ।

ଆସିପାରେ ଏହି ଦୁଇ ମଡେଲ:

ଏବ ଏକ ଭଲ ଖବର ଆସିଛି ଯେ, ଜୁଲାଇ ୧ରେ ହିରୋ ମୋଟୋକର୍ପ ଏହାର ଭିଡା ବ୍ରାଣ୍ଡର ଦୁଇଟି ନୂତନ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିବାକୁ ପ୍ରସ୍ତୁତି ଚଳାଇଛି ଏବଂ ଏଗୁଡ଼ିକର ସମ୍ଭାବ୍ୟ ନାମ ଭିଡା ଜି(Vida Z) ଏବଂ ଭିଏକ୍ସ୨(VX2) ହୋଇପାରେ। ମିଡିଆ ରିପୋର୍ଟ ଅନୁସାରେ, ବର୍ତ୍ତମାନର ଭିଡା ଭି୨ ପରି ଭିଏକ୍ସ୨ରେ ୨-୩ଟି ଭାରିଏଣ୍ଟ ଥାଇପାରେ ଏବଂ ଏଗୁଡ଼ିକର ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇପାରେ। ଅନ୍ୟପକ୍ଷରେ, ଭିଡା ଜି ଏକ ସୁଲଭ ମଡେଲ୍ ହୋଇପାରେ। ଆଶା କରାଯାଉଛି ଯେ, ଭିଡା ଜିର ମୂଲ୍ୟ ଭିଡା୨ର ଏଣ୍ଟ୍ରି ଲେବଲ୍‌ ମଡେଲରୁ ବି କମ୍ ହୋଇପାରେ। ତେବେ ବର୍ତ୍ତମାନ ଏହା କେବଳ ଏକ ଆକଳନ ଏବଂ ଆଗାମୀ ସମୟରେ କମ୍ପାନୀର ବିଧିବଦ୍ଧ ଘୋଷଣା ପରେ ହିଁ ଏହା ନିଶ୍ଚିତ ହୋଇପାରିବ।

ଉନ୍ନତ ରେଞ୍ଜ ଓ ଫିଚର ଉପରେ ଦିଆଯିବ ଗୁରୁତ୍ଵ:

ହିରୋ ମୋଟୋକର୍ପ ଏହାର ଭିଡା ବ୍ରାଣ୍ଡର ଆଗାମୀ ସ୍କୁଟରରେ ଭଲ ଲୁକ୍ ଓ ଫିଚର ସହିତ ଅଧିକ ରେଞ୍ଜ ଉପରେ ମଧ୍ୟ ଧ୍ୟାନ ଦେବ। ବର୍ତ୍ତମାନର ଭି୨ ସିରିଜ୍ ମଡେଲରେ ୨.୨କେଡବ୍ଲ୍ୟୁଏଚରୁ ୩.୯୪ କେଡବ୍ଲ୍ୟୁଏଚ ପର୍ଯ୍ୟନ୍ତ ବ୍ୟାଟେରୀ ଲାଗିଛି, ଯାହାର ଗୋଟିଏ ଥର ଚାର୍ଜ ହେଲେ ୯୪ କିମିରୁ ୧୬୫ କିମି ପର୍ଯ୍ୟନ୍ତ ଯାତ୍ରା କରିଥାଏ। ଆଉ ଏବେ ଆଗାମୀ ମଡେଲରେ ୪.୪କେଡବ୍ଲ୍ୟୁଏଚ ପର୍ଯ୍ୟନ୍ତ ବ୍ୟାଟେରୀ ପ୍ୟାକ୍ ଦେଖିବାକୁ ମିଳିପାରେ, ଯାହା ସ୍ଥାୟୀ ମ୍ୟାଗ୍ନେଟ୍‌ ସିଙ୍କ୍ରୋନାସ୍ ମୋଟର ସହିତ ଜବରଦସ୍ତ ପାଓ୍ବାର, ସ୍ପିଡ୍‌ ଏବଂ ରେଞ୍ଜ ପ୍ରଦାନ କରିବ। ଏହା ସହିତ ଭିଡାର ଆଗାମୀ ସ୍କୁଟରରେ ଅନେକ ଆକର୍ଷଣୀୟ କଲର ଅପ୍ସନ ମଧ୍ୟ ମିଳିବ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories