www.samajalive.in
Monday, December 8, 2025
14.1 C
Bhubaneswar

ସୁଭଦ୍ରା ଶକ୍ତି ତରଫରୁ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପରିସର ସମନ୍ୱିତ ଶିଶୁ ବିକାଶ ଠାରେ ଓଡିଶା ସରକାର ମିଶନ ଶକ୍ତି ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟର ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ୧୪ଟି ପଞ୍ଚାୟତର ପ୍ରାୟ ୮ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଭାଗନେଇ ପାରମ୍ପରିକ ମାଣ୍ଡିଆ ଚୁନାରେ ପୋଡପିଠା, ମଣ୍ଡାପିଠା, ଆରିସା, ରସାବଳୀ ଓ ପାରମ୍ପରିକ ଜଳଖିଆ ଯଥା ବରା, ପକୁଡ଼ି, ଚାଟ, ପୁରୀ, ପାଳୁଅ କଟା, ଚୁଡ଼ାଘଷା, ଦହିବରା, ମାଣ୍ଡିଆ ଯାଉ, ପାରକାଇଲୁ, ମୁହାଁ, କାଙ୍ଗୁଲା ଚାଉଳ ଖିରି, ଆଳୁଦମ୍, ଉପମା, କାକରା ପିଠା ଇତ୍ୟାଦି ପ୍ରସ୍ତୁତ କରି ପଦର୍ଶନୀ କରିଥିଲେ।

ଏଥିରେ ଭାରପ୍ରାପ୍ତ ସିଡିପିଓ ବି ଜୟଲକ୍ଷ୍ମୀ ବୈଠକରେ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା ଯୋଗ ଦେଇଥିଲେ। ବିଡ଼ିଓ ମନୀଷା ଦାସ, ସହକାରୀ ଯନ୍ତ୍ରୀ ସବ୍ୟସାଚି ନାୟକ, ସୁପରଭାଇଜର ଜତ୍ସା ପଣ୍ଡା ସମ୍ମାନୀୟ ଅତିଥି ଭାବରେ ମଞ୍ଚାସିନ ରହିଥିଲେ। ଏଥିରେ ସହକାରୀ ଯନ୍ତ୍ରୀ ସବ୍ୟସାଚି ନାୟକ, ସୁପରଭାଇଜର ରେଣୁକା ପରିଡା, ମହାବିଦ୍ୟାଳୟର ଅଧ୍ୟାପିକା ସରିତା ପଟ୍ଟନାୟକ ବିଚାରକ ଭାବେ ରହିଥିଲେ। ଏଥିରେ ପ୍ରଥମ ସ୍ଥାନ ବୁଡଗୁଡା ପଞ୍ଚାୟତର ଦେଉଳବାଡି ଗ୍ରାମର ଅଗ୍ନିଗାଙ୍ଗା ମାଆଙ୍କୁ ୫ ହଜାର ଟଙ୍କାର ଚେକ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଶିକରପାଇର ମାଆ ମାଣିକେଶ୍ବରୀ ସ୍ୱୟଂ ସହାୟକା ଗୋଷ୍ଠିଙ୍କୁ ୪ହଜାର ଟଙ୍କା ଉପସ୍ଥିତ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି। ଏଥିରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପ୍ରଦାନ କରାଯାଇଛି। ଏହାକୁ ମିଶନଶକ୍ତିର ବିପିସି ରାଜୀବ ପାଢ଼ୀ ସମେତ ବ୍ଲକ ଓ ସମନ୍ୱିତ ଶିଶୁ ବିକାଶର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

୩୦ ବର୍ଷ ପରେ ଜୁଲାଇରେ ବଡ ଶକ୍ତିଶାଳୀ ଯୋଗ ; ମଙ୍ଗଳ-ଶନି ଚଳନ, ଏହି ରାଶିଙ୍କୁ ମିଳିବ ସବୁକିଛି, ହଠାତ୍‌ ହେବେ ଧନୀ, କିଣିବେ ଘର, ଗାଡି..

- Advertisement -

ଜଳଖିଆରେ ବି ଏକ ନମ୍ବର ; ଦୁନିଆର ୫୦ଟି ଶୀର୍ଷ ଖାଦ୍ୟ ତାଲିକାରେ ସ୍ଥାନରେ ପାଇଲା ଏହି ଭାରତୀୟ ଖାଦ୍ୟ

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories