www.samajalive.in
Sunday, December 14, 2025
26.1 C
Bhubaneswar

ଗାଡ଼ିରେ ଅଜବ ନମ୍ବର ପ୍ଲେଟ୍ ଦେଖି ୟୁଜର୍ସ କହିଲେ ଏମିତି

ସବୁ ଗାଡ଼ିରେ ନମ୍ବର ପ୍ଲେଟ୍‌ ରହିଥାଏ। ଏହି ନମ୍ବର ପ୍ଲେଟରେ ବିଭିନ୍ନ ଅକ୍ଷର ଓ ସଂଖ୍ୟା ଲେଖା ଯାଇଥାଏ। ଏହି ନମ୍ବର ପ୍ଲେଟ୍‌ରୁ ଗାଡ଼ିର ମାଲିକ କିଏ, ଗାଡ଼ିଟି କେଉଁ ରାଜ୍ୟ ଓ ଜିଲାର ତାହା ସହଜରେ ଜାଣି ହୁଏ। ତେବେ ସାମାଜିକ ଗଣମାଧ୍ୟମରେ ଏପରି ଏକ ଗାଡ଼ିର ନମ୍ବର ପ୍ଲେଟ୍‌ ପ୍ରଘଟ ହୋଇଛି ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଗାଡ଼ିର ନମ୍ବର ପ୍ଲେଟରେ ସାଙ୍କେତିକ ଭାଷାର ବ୍ୟବହାର କରାଯାଇଛି। ସଂଖ୍ୟା ଲେଖାଯିବା ସ୍ଥାନରେ ଘଣ୍ଟାକୃତି କରାଯାଇ ବିଭିନ୍ନ ସମୟ ରେଖାଙ୍କିତ କରାଯାଇଛି। ଏହି ଅଜବ ନମ୍ବର ପ୍ଲେଟ୍‌ର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ତାହାକୁ ବହୁସଂଖ୍ୟକ ବ୍ୟକ୍ତି ଦେଖି ସାରିଛନ୍ତି। ଏହି ଭିଡିଓକୁ ଦେଖି ବିଭିନ୍ନ ବ୍ୟକ୍ତି ଗାଡ଼ିର ନମ୍ବର କେତେ ସେ ସଂପର୍କରେ ମନ୍ତବ୍ୟ ଦେଇଛନ୍ତି। ଆଉ କେତେକ ବ୍ୟକ୍ତି ମଜାଦାର ମନ୍ତବ୍ୟ ଦେଇଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି ଟ୍ରାଫିକ ଚାଲାଣରୁ ବର୍ତ୍ତିବା ପାଇଁ ଗାଡ଼ିରେ ଏପରି ନମ୍ବର ପ୍ଲେଟ୍‌ ରହିଛି। ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି ଗାଡ଼ିର ଚାଲାଣ କାଟିବାକୁ ଯାଉଥିବା ଟ୍ରାଫିକ ପୁଲିସ ଏପରି ନମ୍ବର ପ୍ଲେଟ୍‌ ଦେଖିବା ପରେ ଚିନ୍ତାରେ ପଡ଼ିବା ସ୍ବାଭାବିକ। ସେହିପରି ତୃତୀୟ ବ୍ୟକ୍ତିଜଣକ ଲେଖିଛନ୍ତି ଏପରି ନମ୍ବର ପ୍ଲେଟ୍‌ ବ୍ୟବହାର କରିବା ଆଇନ ଦୃଷ୍ଟିରୁ ଠିକ୍‌ କି ନୁହେଁ ତାହା ପ୍ରଥମେ ତର୍ଜମା କରାଯିବା ଉଚିତ୍‌। ଅନ୍ୟ ଜଣେ ଗାଡି ନମ୍ବରଟିକୁ କହିଛନ୍ତି, ତାହା ହେଲା ୯୩୩୫ ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories