www.samajalive.in
Friday, December 5, 2025
26.1 C
Bhubaneswar

ହାତକଡ଼ି ପକାଇ ଭାରତୀୟ ଛାତ୍ରଙ୍କୁ ପଠାଇଲା ଆମେରିକା

ନ୍ୟୁୟର୍କ: ଆମେରିକା ପ୍ରଶାସନ ଜଣେ ଭାରତୀୟ ଛାତ୍ରଙ୍କ ହାତରେ ହାତକଡି ପକାଇବା ପୂର୍ବକ ଅପରାଧୀ ଭାବେ ସ୍ବଦେଶ ପଠାଇଛି। ନ୍ୟୁୟର୍କ ବିମାନବନ୍ଦରରେ ଭାରତୀୟ ଛାତ୍ର ଜଣଙ୍କୁ ଆମେରିକା ଦେଶାଟନ ଅଧିକାରୀ ତଳେ ପକାଇ ହାତରେ ହାତକଡି ପକାଇଥିଲେ। ଛାତ୍ର ଜଣଙ୍କୁ ଜଣେ ଅପରାଧୀ ଭଳି ବ୍ୟବହାର ପ୍ରଦର୍ଶନ କରାଯାଇଥିଲା। ଏହି ଘଟଣାକୁ ବିମାନବନ୍ଦରରେ ଉପସ୍ଥିତ ଜଣେ ପ୍ରବାସୀ ଭାରତୀୟ (ଏନ୍‌ଆରଆଇ) ଦେଖିବା ସହିତ ଏହାର ଫଟୋ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ତେବେ ଭାରତୀୟ ଛାତ୍ର ଜଣଙ୍କୁ ଉକ୍ତ ଏନଆରଆଇ କୌଣସି ପ୍ରକାର ସହାୟତା କରିପାରି ନଥିଲେ। ପ୍ରତ୍ୟେକ ଦିନ ୩-୪ଜଣ ଭାରତୀୟଙ୍କୁ ଏପରି ଢଙ୍ଗରେ ଆମେରିକା ପ୍ରଶାସନ ସ୍ବଦେଶ ପଠାଉଛି। ଆମେରିକା ପ୍ରଶାସନର ଏପରି ଅମାନବୀୟ କାର୍ଯ୍ୟ ରୋକିବା ଲାଗି କୁନାଲ ଜୈନ ନାମକ ସାମାଜିକ କର୍ମୀ ଆମେରିକାସ୍ଥିତ ଭାରତୀୟ ଦୂତାବାସ ଓ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ନିବେଦନ କରିଛନ୍ତି।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories