www.samajalive.in
Wednesday, December 10, 2025
23.1 C
Bhubaneswar

‘ଏଲନ ମସ୍କ ଭୟଙ୍କର ପରିଣାମ ଭୋଗିବେ’, ଏମିତି ଧମକ ଦେଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଟିକସ ବିଲ୍‌କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବିଶ୍ଵର ୧ ନଂ. ଧନୀ ଏଲନ ମସ୍କଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏବେ ଟ୍ରମ୍ପ ଖୋଲାଖୋଲି ଭାବେ ମସ୍କଙ୍କୁ ଧମକ ଦେବାକୁ ବି ପଛାଇ ନାହାନ୍ତି। ବିରୋଧୀଙ୍କୁ ଆର୍ଥିକ ସହାୟତା ଯୋଗାଇଲେ ମସ୍କ ଗମ୍ଭୀର ପରିଣାମ ଭୋଗିବେ ବୋଲି ଟ୍ରମ୍ପ ଚେତାଇ ଦେଇଛନ୍ତି।

ଟ୍ରମ୍ପ କହିଛନ୍ତି, ରିପବ୍ଲିକାନ ସାଂସଦମାନଙ୍କୁ ଚ୍ୟାଲେଞ୍ଜ କରୁଥିବା ବିରୋଧୀମାନଙ୍କୁ ମସ୍କ ଆର୍ଥିକ ସହାୟତା ଯୋଗାଇଲେ ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ। ଟ୍ରମ୍ପଙ୍କ ଏପରି ଚେତାବନୀ ମସ୍କଙ୍କ ପାଇଁ ମହଙ୍ଗା ପଡ଼ିବାରେ ବୋଲି କୁହାଯାଉଛି। ଏପରି କି ଟ୍ରମ୍ପ ଏଲନ ମସ୍କଙ୍କ ବିଭିନ୍ନ କମ୍ପାନୀ ସହିତ ସରକାର କରିଥିବା ଚୁକ୍ତିଗୁଡ଼ିକୁ ରଦ୍ଦ କରିଦେବା ଲାଗି ମଧ୍ୟ ଚରମବାଣୀ ଶୁଣାଇଛନ୍ତି। ଟ୍ରମ୍ପ ଏପରି ପଦକ୍ଷେପ ନେଲେ ମସ୍କଙ୍କୁ ଲକ୍ଷାଧିକ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିପାରେ। ଟ୍ରମ୍ପ-ମସ୍କଙ୍କ କଳିରେ ମସ୍କଙ୍କୁ ବର୍ତ୍ତମାନ ସୁଦ୍ଧା ବହୁ କ୍ଷତି ସହିବାକୁ ପଡ଼ିଲାଣି। ଏହି ବିବାଦ ପରେ ଟେସଲା କମ୍ପାନୀର ଶେୟାର ମୂଲ୍ୟରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ସପ୍ତାହକ ମଧ୍ୟରେ ନିବେଶକମାନେ ପ୍ରାୟ ୧୫ ଲକ୍ଷ କୋଟି ଟଙ୍କାର ଟେସଲା ଅଂଶଧନ ବିକ୍ରି କରିସାରିଛନ୍ତି।

- Advertisement -

ଟ୍ରମ୍ପ ଯଦି ମସ୍କଙ୍କ କମ୍ପାନୀ ବିରୋଧରେ କୌଣସି ପଦକ୍ଷେପ ନିଅନ୍ତି ତେବେ ମସ୍କଙ୍କୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି କୁହାଯାଉଛି।ସେପଟେ ଏଲନ ମସ୍କ ଏକ ନୂଆ ରାଜନୈତିକ ଦଳ ଗଠନ କରିବେ ବୋଲି ଘୋଷଣା କରିଛନ୍ତି। ଏହାର ନାମ ଆମେରିକା ପାର୍ଟି ରଖାଯିବ ବୋଲି ବି ସେ କହିଛନ୍ତି। ଯାହାପରେ ବିବାଦ ବଢ଼ିବାରେ ଲାଗିଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories