ସମାଜ ଡିଜିଟାଲ ଡେସ୍କ: କୋଲମ୍ବିଆର ଏକ ପ୍ରଚାର କାର୍ଯ୍ୟକ୍ରମ ସମୟରେ ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ ଉରିବେଙ୍କୁ ଗୁଳିମାଡ଼ ହୋଇଛି। ଏହାର ଲାଇଭ ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଉରିବେ ବୋଗୋଟା ସହରରେ ଏକ ସ୍ଥାନରେ ଛିଡ଼ା ହୋଇ ଜନସାଧାରଣଙ୍କୁ ଉଦବୋଧନ ଦେଉଥିବାବେଳେ ଅଜଣା ଦୁର୍ବୃତ୍ତ ତାଙ୍କୁ ଗୁଳି କରିଥିଲା। ଉରିବେଙ୍କ ମୁଣ୍ଡରେ ୨ଟି ଗୁଳି ବାଜିଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାବେଳେ ସ୍ଥାନୀୟ ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି।
ତେବେ ଏହି ଘଟଣା ସମୟର ଏକ ଭିଡିଓ ସାମ୍ନାକୁ ଆସିଛି। ଉରିବେ ଭାଷଣ ଦେବା ସମୟରେ ଅନେକ ବ୍ୟକ୍ତି ମୋବାଇଲ ଫୋନରେ ତାହାର ଭିଡିଓ କରୁଥିଲେ। ଠିକ୍ ସେହି ସମୟରେ ଗୁଳିମାଡ଼ ହୋଇଥିବାରୁ ମୋବାଇଲ ଫୋନରେ ତାହା ରେକର୍ଡ ହୋଇଛି।
The video of the assassination attempt.
He is the right wing candidate running for president in Columbia and is in critical condition right now. pic.twitter.com/wVdXWwATtX— Bacon! (@NoItsMyServe) June 8, 2025



