www.samajalive.in
Wednesday, December 10, 2025
23.1 C
Bhubaneswar

ଶୁଟ୍‌କେସରୁ ମିଳିଲା ଶିଶୁକନ୍ୟାର ମୃତଦେହ, ଦୁଷ୍କର୍ମ ପରେ ହତ୍ୟା !

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ନୂଆଦିଲ୍ଲୀରେ ଚାଞ୍ଚଲ୍ୟ। ଜଣେ ୯ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଏକ ଶୁଟକେସ ଭିତରୁ ଶିଶୁକନ୍ୟାର ରକ୍ତ ଜୁଡୁବୁଡୁ ମୃତଦେହ ମିଳିଛି। ଦୟାଲପୁର ଥାନା ଡି’ ବ୍ଲକ ଅଞ୍ଚଳରେ ଶନିବାର ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ଶିଶୁକନ୍ୟା ଜଣକ ଘରଠାରୁ ୨୦୦ ମିଟର ଦୂର ବଡ଼ ମା’ ଘରକୁ ବରଫ ଦେବାକୁ ବାହାରିଥିଲା। ଦୁଇ ଘଣ୍ଟା ବିତିବା ପରେ ବି ସେ ଘରକୁ ଫେରି ନ ଥିଲା। ଝିଅର ବାପା ଘରେ ଝିଅକୁ ଖୋଜି ନ ପାଇବାରୁ ବାହାରେ ଖୋଜାଖୋଜି କରିଥିଲେ। କିଛି ପ୍ରତ୍ୟକ୍ଷଦର୍ଶୀ ଝିଅଟି ଏକ ଫ୍ଲାଟ ଆହକୁ ଯାଇଥିବା ତାଙ୍କୁ କହିଥିଲେ। ତେଣୁ ସେ ଉକ୍ତ ଫ୍ଲାଟ ଆଡକୁ ଯାଇ ଖୋଜିଥିଲେ। ଫ୍ଲାଟର ୨ୟ ମହଲାରେ ପହଞ୍ଚିଲେ ବାହାରେ ମୁଖ୍ୟଫାଟକରେ ତାଲା ପଡ଼ିଥିଲା। ସେ ତାଲା ଭାଙ୍ଗି ଭିତରକୁ ଯିବାରୁ ଝିଅ ଏକ ଖୋଲା ଶୁଟକେସରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଝିଅର ଶରୀରରେ କୌଣସି ପୋଷାକ ନ ଥିଲା। ତୁରନ୍ତ ସେ ଝିଅକୁ ଉଦ୍ଧାର କରି ନିକଟରେ ଥିବା ଏକ ନର୍ସିଂ ହୋମକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତା’କୁ ମୃତ ଘୋଷଣା କରିଥିଲେ।

- Advertisement -

ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଖବରପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତକୁ ଧରିବାକୁ ପୁଲିସ ୬ଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories