www.samajalive.in
Sunday, December 14, 2025
26.1 C
Bhubaneswar

ଆନ୍ତଃଜିଲା ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ, ଆସନ୍ତାକାଲି ଫାଇନାଲ

କଟକ: ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ), ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଆନୁକୂଲ୍ୟରେ ଚାଲିଥିବା ୧୫ ବର୍ଷରୁ କମ୍‌ ଆନ୍ତଃଜିଲା ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭୁବନେଶ୍ବର ଏଫ୍‌ସି ଓ ବରଗଡ଼ ଏଫ୍‌ସି ପ୍ରବେଶ କରିଛନ୍ତି। ଟୁର୍ଣ୍ଣାମେଣ୍ଟର ଫାଇନାଲ ରବିବାର ରାଉରକେଲାର ବିର୍ସା ମୁଣ୍ଡା ଆଥ୍‌ଲେଟିକ୍‌ ଷ୍ଟାଡ଼ିୟମରେ ଖେଳାଯିବ।

ମ୍ୟାଚ ସକାଳ ୮ଟାରୁ ଖେଳାଯିବ। ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୧୬ରୁ ଏପ୍ରିଲ ୧୯ ପର୍ଯ୍ୟନ୍ତ ଖେଳାଯାଇଥିଲା। ଏଥିରେ ୩୧ଟି ଫୁଟବଲ ଜିଲା ୟୁନି୍‌ଟ ଭାଗ ନେଇଥିଲେ। ମୋଟ୍‌ ୪୪୮ଟି ମ୍ୟାଚ ଖେଳା ଯାଇଥିଲା। ଫାଇନାଲ ରାଉଣ୍ଡ ମେ ୨୮ରୁ ଆରମ୍ଭ ହୋଇଥିଲା। ଏଥିରେ ମୋଟ୍‌ ୫୨ଟି ଆନ୍ତଃଜିଲା ମ୍ୟାଚ ଖେଳା ଯାଇଥିଲା। ୮ରେ ଫାଇନାଲ ସହ ମୋଟ ଉପରେ ୫୦୦ଟି ମ୍ୟାଚ ଖେଳାଯିବ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories