www.samajalive.in
Saturday, December 6, 2025
23.1 C
Bhubaneswar

ରକ୍ଷକ ସାଜିଥିବା ପୁଲିସ ପାଲଟିଲା ଭକ୍ଷକ

ସମାଜ ଡିଜିଟାଲ ଡେସ୍କ: ରକ୍ଷକ ସାଜିଥିବା ପୁଲିସ ପାଲଟିଲା ଭକ୍ଷକ । ପୋଷାକର ମର୍ଯ୍ୟାଦାକୁ ଭୁଲି ସମ୍ପର୍କୀୟ ଭାଣିଜୀଙ୍କୁ ଦୁଷ୍କର୍ମ କରିବା ଉଦମ୍ୟ କରି ଗିରଫ ହୋଇଛନ୍ତି କନଷ୍ଟେବଳ ବିରଞ୍ଚି ମୁଣ୍ଡା । ବିରଞ୍ଚି ଓଏସଏଫର କନଷ୍ଟେବଳ ଭାବେ ବରେଇପାଲି ଥାନାରେ ନିୟୋଜିତ ହୋଇଥିଲେ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ସମ୍ବଲପୁର ଜିଲା ବରେଇପାଲି ଥାନା ଅଞ୍ଚଳରେ ।

ସୂଚନା ଅନୁଯାୟୀ ଆଦିବାସୀପଡାର ଜଣେ ୧୪ବର୍ଷୀୟ ନାବାଳିକା ସମ୍ପର୍କରେ ବିରଞ୍ଚିଙ୍କ ଭାଣିଜୀ ହେବେ । ତାଙ୍କୁ ଶୀତଳ ଷଷ୍ଠୀ ଯାତ୍ରା ଦେଖାଇବାକୁ କହି ନେବାବେଳେ ଦୁଷ୍କର୍ମ ଉଦ୍ୟମ କରିଥିଲେ । ହେଲେ ଉପସ୍ଥିତି ବୃଦ୍ଧି ଯୋଗୁ ସେଠାରୁ ଖସି ପଳାଇ ଆସିଥିଲେ ନାବାଳିକା । ଘଟଣା ନେଇ ପରିବାର ଲୋକେ ଜାଣିବା ପରେ ଉତ୍ତେଜନ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିବାର ସଦସ୍ୟ ଏନେଇ ଥାନାରେ ଏତଲା ଦେବା ପରେ ପୁଲିସ ତଚୀନ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories