www.samajalive.in
Friday, December 5, 2025
20.1 C
Bhubaneswar

ବିଜୟ ପରେ ବି କାହିଁକି କାନ୍ଦିଲେ ବିରାଟ, ଭିଡ଼ିଓ ଭାଇରାଲ

ସମାଜ ଡିଜିଟାଲ ଡେସ୍କ: ୩ ଜୁନ ୨୦୨୫ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଇତିହାସ ରଚିଛି ରୟାର ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ।୧୮ବର୍ଷ ପରେ ଚାମ୍ପିଆନ ହୋଇଛି ବେଙ୍ଗାଲୁରୁ । ଆରସିବି ବନାମ ପଞ୍ଜାବ ଫାଇନାଲ ମ୍ୟାଚର ଶେଷ ଓଭର ଖେଳାଯାଉଥିଲା । ଷ୍ଟ୍ରାଇକରେ ଥିଲେ ଶଶଙ୍କା ସିଂହ । ଜୋଶ୍‍ କେଜଲଉଡ୍‍ଙ୍କ ହାତରେ ଥିଲା ବଲ୍‍ । ଶେଷ ଓଭରର ଚାରିଟି ବଲ୍‍ ବାକି ଥିଲା । ବିରାଟ କୋହଲି ବିଜୟର ଆଲୋକ ଦେଖିଥିଲେ । ସେଠାରେ ଶଶାଙ୍କ ସିଂହ ଚୌକା ଏବଂ ଛକା ବର୍ଷା କରି ପଞ୍ଜାବକୁ ଜିତାଇବାକୁ ପ୍ରୟାସ କରୁଥିଲେ । ଏଠାରେ ବିରାଟ ଆଇପିଏଲ ଟ୍ରଫିକୁ ଦେଖି ଲୁହ ଗଡାଉଥିଲେ । ଶେଷରେ ୨୦ତମ ଓଭର ଶେଷ ହେବା ମାତ୍ରେ ୬ରନରେ ବିରାଟ କୋହଲିଙ୍କ ସ୍ୱପ୍ନ ସତ ହୋଇଥିଲା । ଆନନ୍ଦର ଲୁହକୁ ଆଉ ରୋକି ପାରିନଥିଲେ କିଙ୍ଗ କୋହଲି । ବିରାଟଙ୍କ ଭାବନା ବୟାନ କରୁଥିଲା ଯେ ବର୍ଷ ବର୍ଷର ସ୍ୱପ୍ନ ସତ ହେଲା ପରେ କିପରି ଅନୁଭବ ହୁଏ ।

- Advertisement -

୧୮ତମ ସିଜିନ, ୧୮ ଜର୍ସିରେ ଆରସିବିର ବିଜୟ ପରେ ବିରାଟ କୋହଲି ବହୁତ କାନ୍ଦିଥିଳେ । ତଥାପି ଯଦି ଶଶାଙ୍କ ସିଂହ କ୍ରିକେଟର ରିଙ୍କୁ ସିଂହଙ୍କ ପରି ଏକ ଚମତ୍କାର କରିଥାନ୍ତେ ତେବେ ବିରାଟ କୋହଲି ସେତେବେଳେ ମଧ୍ୟ ବହୁତ କାନ୍ଦିଥାନ୍ତେ । ଶେଷ ଓଭରରେ ପଞ୍ଜାବକୁ ୨୯ରନ ଆବଶ୍ୟକ ଥିଲା । ହେଲେ ମାତ୍ର ୬ରନ ରେ ପଛରେ ପଡିଥିଲା ଶ୍ରେୟସ ଆୟରଙ୍କ ଟିମ୍‍ । ଯଦି ଭୁଲରେ ଏକ ନୋ ବଲ ଦିଆଯାଇଥାନ୍ତା ଏବଂ ଶଶାଙ୍କ ସିଂହ ଛକା ମାରିଥାନ୍ତେ ତେବେ ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଥାନ୍ତା । ପଞ୍ଜାବ କିଙ୍ଗସ ଜିତି ଯାଇଥାନ୍ତେ, ସେତେବେଳେ ମଧ୍ୟ ବିରାଟ ବହୁତ କାନ୍ଦିଥାନ୍ତେ । ହେଲେ ସେ ଲୁହ ଦୁଃଖ ଆଉ ନିରାଶାର ହୋଇଥାନ୍ତା ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories