www.samajalive.in
Friday, December 12, 2025
15.1 C
Bhubaneswar

ଜୋତା ପିନ୍ଧି ଇନ୍ଦିରାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାହୁଲ

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭୋପାଳ ଗସ୍ତକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। କଂଗ୍ରେସର ‘ସଂଗଠନ ସୃଜନ ଅଭିଯାନ’ ଶୁଭାରମ୍ଭ ଲାଗି ରାହୁଲ ଭୋପାଳ ଗସ୍ତ କରିଥିଲେ। ତେବେ ଏହି ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାହୁଲଙ୍କ ଜେଜେ ମା’ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ରାହୁଲ ବି ପୁଷ୍ପାଞ୍ଜଳି ଦେଇ ଶଦ୍ଧାଞ୍ଜଳି ଜଣାଇଥିଲେ। କିନ୍ତୁ ପାଦରୁ ଜୋତା ଖୋଲି ନ ଥିଲେ। ଯାହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। ବିଜେପି ରାହୁଲଙ୍କୁ କଡ଼ା ସମାଲୋଚନା କରିଛି।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କଡ଼ା ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ଗଣତନ୍ତ୍ରରେ ସମସ୍ତଙ୍କୁ ଏଠାକୁ ଆସିବାର ଅଧିକାର ରହିଛି। ଭଲ କଥା ଯେ, ରାହୁଲ ଆମ ରାଜ୍ୟକୁ ଆସିଲେ। କିନ୍ତୁ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ସେ ଜୋତା ଖୋଲିଲେ ନାହିଁ, ଯାହା ଆମ ସଂସ୍କାର ବିରୋଧୀ। ସେ ଏସବୁ ପ୍ରତି​ ଧ୍ୟାନ ଦେବା ଉଚିତ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories