www.samajalive.in
Sunday, December 14, 2025
26.1 C
Bhubaneswar

ଜାମୁକୋଳି ଖାଇବା ହେଲା କାଳ; ଗଛରୁ ପଡ଼ି ନାବାଳକ ମୃତ 

ନାକଟିଦେଉଳ: ଜାମୁକୋଳି ଖାଇବା ହେଲା କାଳ। ଜାମୁକୋଳି ଖାଇବା ପାଇଁ ଗଛକୁ ଚଢିଥିବାବେଳେ ଗଛରୁ ତଳକୁ ପଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଗଛରୁ ତଳକୁ ପଡ଼ି ଯିବାରୁ ତଳେ ଥିବା ଏକ ବାଡ଼ର ବାଡ଼ି ବାଳକର ପେଟରେ ପଶି ଅପର ପାର୍ଶ୍ୱରେ ବାହାରି ଯିବାରୁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ରବିବାର ଅପରାହ୍ନରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ଗଦାଧରପୁର ଗ୍ରାମରେ। ମୃତ ନାବାଳକ ଜଣଙ୍କ ହେଲେ ଗଦାଧରପୁର ଗ୍ରାମର ରବି କଂସାରୀଙ୍କ ପୁଅ ବାବୁସାନ କଂସାରୀ(୧୧)।

ସୂଚନା ଅନୁସାରେ, ଗଦାଧରପୁର ସ୍କୁଲ ନିକଟ ଝରା ସାହିର ବାବୁସାନ କଂସାରୀ ରବିବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଅନ୍ୟ ସାଥୀଙ୍କ ସହିତ ମିଶି କୋଳି ଖାଇବାକୁ ଘର ନିକଟ ଏକ ଜାମୁ ଗଛରେ ଚଢିଥିଲେ। ବାବୁସାନ ଗଛକୁ ଚଢି ଜାମୁକୋଳି ତୋଳୁଥିବାବେଳେ ଅସାବଧାନତାବଶତଃ ଗଛରୁ ତଳକୁ ଖସି ପଡ଼ିଥିଲେ। ତେବେ ଗଛ ତଳେ ଏକ କାଠ ବାଡା ଥିବାବେଳେ ବାଡାର ଏକ କାଠ ଖୁଣ୍ଟି ବାବୁସାନଙ୍କ ପେଟରେ ଗଳି ଅପର ପାର୍ଶ୍ୱକୁ ବାହାରି ଯାଇଥିଲା। ଘଟଣା ଜଣାପଡ଼ିବା ପରେ ପରିବାର ଲୋକେ ବାବୁସାନକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ନାକଟିଦେଉଳ ଡାକ୍ତରଖାନାକୁ ଆଣିଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବାବୁସାନ ଚଳିତ ବର୍ଷ ଷଷ୍ଠ ଶ୍ରେଣୀରେ ପଢୁଥିଲେ। ଏହି ଘଟଣା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories