www.samajalive.in
Sunday, December 14, 2025
14.1 C
Bhubaneswar

୩ ବର୍ଷ ମଧ୍ୟରେ ରୁଷ୍‌ର ସବୁଠୁ ବଡ଼ ଡ୍ରୋନ୍‌ ଆକ୍ରମଣ: ୧୨ ୟୁକ୍ରେନ ସୈନିକ ମୃତ, ୬୦ରୁ ଊର୍ଦ୍ଧ୍ବ ଆହତ

କିଭ୍: ଯୁଦ୍ଧ ଆରମ୍ଭ ହେବା ପରଠାରୁ ଗତ ତିନି ବର୍ଷ ମଧ୍ୟରେ ୟୁକ୍ରେନ ଉପରେ ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ କରିଛି ରୁଷ୍। ୟୁକ୍ରେନ ବାୟୁସେନାର ସୂଚନା ମୁତାବକ, ୟୁକ୍ରେନ ଉପରେ ୪୭୨ଟି ଡ୍ରୋନ୍‌ରେ ଆକ୍ରମଣ କରିଛି ରୁଷ୍‌। ୟୁକ୍ରେନ ବାୟୁସେନା ଯୋଗାଯୋଗ ମୁଖ୍ୟ ୟୁରି ଇଗ୍‌ନାତ କହିଛନ୍ତି ଯେ, ଏହି ଡ୍ରୋନ୍ ଆକ୍ରମଣ ସହିତ ରୁଷ୍ ସାତଟି ମିସାଇଲ୍‌ ମାଡ଼ ମଧ୍ୟ କରିଛି। ୟୁକ୍ରେନର ଏକ ତାଲିମ ୟୁନିଟ୍‌କୁ ଟାର୍ଗେଟ କରି ରୁଷ୍‌ ଏହି ଆକ୍ରମଣ କରିଛି, ଯେଉଁଥିରେ ୧୨ ଜଣ ୟୁକ୍ରେନ ସୈନିକଙ୍କ ମୃତ୍ୟୁ ଘଟିଛି। ଏଥିସହ ୬୦ରୁ ଅଧିକ ଆହତ ହୋଇଛନ୍ତି। ରବିବାର ଦିନ ୧୨ଟା ୫୦ ସମୟରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories