www.samajalive.in
Sunday, December 14, 2025
15.1 C
Bhubaneswar

ବାପାଙ୍କ ଅସ୍ଥି ବିସର୍ଜନ କଲେ ବାବୁସାନ୍‌, କାହିଁକି ଲଣ୍ଡା ହୋଇ ନଥିଲେ କହିଲେ ଅଭିନେତା

ଭୁବନେଶ୍ଵର: ଦିବଙ୍ଗତ ଓଲିଉଡ଼ ଅଭିନେତା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କଲେ ପୁଅ ତଥା ଅଭିନେତା ବାବୁସାନ୍‌ ମହାନ୍ତି। ପୁରୀ ମହୋଦଧିରେ ବାପାଙ୍କ ଅସ୍ଥି ବିସର୍ଜନ କରି ଲଣ୍ଡା ହୋଇଛନ୍ତି ବାବୁସାନ୍। ପରମ୍ପରା ହିସାବରେ ସେ ଅସ୍ଥି ବିସର୍ଜନ କରିଛନ୍ତି। ଶ୍ୱେତଗଙ୍ଗା ପରେ ପୁରୀ ମହୋଦଧିରେ ଅସ୍ଥି ବିସର୍ଜନ କରିଛନ୍ତି ବାବୁ। ପତ୍ନୀ ତୃପ୍ତିଙ୍କ ସହ ସ୍ୱର୍ଗଦ୍ୱାର ନିକଟ ସାଗର ବିଜେ ଘାଟରେ ପ୍ରେତକୁ ଆହ୍ୱାନ କରି ଯଥା ବିଧି ଓ ରୀତି ହିସାବରେ ସେ ପିଣ୍ଡଦାନ ଓ ଅସ୍ଥି ବିସର୍ଜନ କରିଛନ୍ତି। ତାଙ୍କ ସିନେମା ‘ବୋଉ ବୁଟୁ ଭୂତ’ର ସୁଟିଂ ପାଇଁ ବାପା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ପରେ ସେ ଲଣ୍ଡା ହୋଇନଥିଲେ ବୋଲି କହିଛନ୍ତି ଅଭିନେତା। ଆଜି ମହୋଦଧିରେ ବାପାଙ୍କ ଅସ୍ଥି ବିସର୍ଜନ ସହ ସେ ଲଣ୍ଡା ହୋଇଛନ୍ତି। ବାପାଙ୍କ ମୃତ୍ୟୁ ପରେ ଲଣ୍ଡା ହୋଇନଥିବାରୁ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବାସହ ସମାଲୋଚନାର ଶିକାର ହୋଇଥିଲେ ବାବୁ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀ ୨୭ ତାରିଖରେ ବାବୁସାନଙ୍କ ବାପା ତଥା ବରିଷ୍ଠ ଓଡ଼ିଆ ଅଭିନେତା ଉତ୍ତମ ମହାନ୍ତିଙ୍କର ପରଲୋକ ଘଟିଥିଲା। ଦିଲ୍ଲୀ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories