www.samajalive.in
Wednesday, December 10, 2025
16.1 C
Bhubaneswar

ଚାଷୀଙ୍କ ଅଗୋଚରରେ ଚାଲଛି ବିକଶିତ ସଂକଳ୍ପ ଅଭିଯାନ

ଆନନ୍ଦପୁର : ମୃତିକା ଉର୍ବରାତା ଯାଞ୍ଚ ଠାରୁ ଆରମ୍ଭ କରି ବିଭିନ୍ନ ଚାଷ ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିବା ସହିତ  ସବୁପ୍ରକାର ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିକଶିତ ସଂକଳ୍ପ ଅଭିଯାନ ଆରମ୍ଭ କରାଯାଇଛି । ଏହି ଯୋଜନାରେ କୃଷି ବିଭାଗକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଏକ ସଚେତନତା ରଥ ସମସ୍ତ ବ୍ଲକର ଗ୍ରାମପଂଚାୟତ ପରିକ୍ରମା କରିବ । ଏଥିରେ କୃଷି ଅଧିକାରୀମାନେ ଆବଶ୍ୟକ ସ୍ଥଳେ ଉପସ୍ଥିତ ରହି କୃଷି ଓ କୃଷକ ମାନଂକୁ ସେମାଙ୍କର ଅସୁବିଧା ବୁଝି ଆବଶ୍ୟକ ସହାୟତା ଯୋଗାଇଦେବାକୁ ନିର୍ଦେଶ ରହିଛି ।
ତେବେ ଶୁକ୍ରବାର ଏ ସଚେତନତା ରଥ କେନ୍ଦୁଝର ଜିଲା ଆନନ୍ଦପୁରରେ ପହଂଚି ଥିଲେ ମଧ୍ୟ ଘସିପୁରା ବ୍ଲକରେ ବୁଲିବାର ନିର୍ଦେଶ ଥିଲା ।

ତେବେ ଏ ସମ୍ପର୍କରେ କାହାକୁ କୌଣସି ସୂଚନା ଦିଆନଯାଇ ଘସିପୁରା ବ୍ଲକ ଗୋଟିଏ ଦୁଇଟି ସ୍ଥାନରେ ଏହି ରଥକୁ ବୁଲାଇ ଫେରାଇ ଦିଆଯାଇଛି । ଏସମ୍ପର୍କରେ ବ୍ଲକର ଚାଷୀମାନେ ଜାଣିବା ପରେ ଦାୟିତ୍ୱରେ ଥିବା କୃଷି ବିଭାଗ ଉପରେ ତୀବ୍ର ଆସନ୍ତୋଷ ପ୍ରକାଶ କରିବା ସହିତ ଏହାର ପ୍ରତିବାଦରେ କୃଷି ବିଭାଗ କାର‌୍ୟ୍ୟାଳୟ ଘେରିବେ ସୂଚନା ମିଳିଛି । ଘସିପୁରା ବ୍ଲକର ଜଣେ ଚାଷୀ ତଥା ବରିଷ୍ଠ ବିଜେପି ନେତା ବ୍ରହ୍ମନନ୍ଦ ପଟ୍ଟନାୟକଙ୍କ କହିବାନୁଯାଇ ଘସିପୁରା ବ୍ଲକର କୃଷକ ମାନଂକୁ କୃଷିବିଭାଗ ଅବହେଳା କରିଚାଲିଛି । ଚାଷୀମାନଂକୁ ସରକାରଙ୍କର ଯୋଜନା ସମ୍ପର୍କରେ କୌଣସି ସୂଚନା ଦିଆଯାଉନଥିବା ବେଳେ କୃଷି ଅଧିକାରୀମାନେ ଅଫିସରୁ ବାହାରକୁ ବାହାରୁ ନାହାଁନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories