www.samajalive.in
Monday, December 8, 2025
14.1 C
Bhubaneswar

ସିକ୍କିମ ଦୁର୍ଘଟଣା, ଏବେ ବି ନିଖୋଜ ବିଜେପି ନେତ୍ରୀ ଇତିଶ୍ରୀ

ସମାଜ ଡିଜିଟାଲ ଡେସ୍କ: ସିକ୍କିମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏବେ ବି ନିଖୋଜ ଓଡ଼ିଶା ବିଜେପି ନେତ୍ରୀ ଓ ତାଙ୍କ ପୁଅ । ତିସ୍ତା ନଦୀର ହଜାରେ ଫୁଟ ତଳକୁ ପର୍ଯ୍ୟଟକଙ୍କ ଗାଡି ଖସି ପଡିବାରୁ ଜଣଙ୍କ ମୃତ୍ୟୁ ହୋଇଥିଲା । ସେପଟେ ଏବେ ବି ନିଖୋଜ ଅଛନ୍ତି ରାଜ୍ୟ ବିଜେପି ନେତ୍ରୀ ଇତିଶ୍ରୀ ନାୟକ ଓ ତାଙ୍କ ପୁଅ ସୋହେଲ । ୪ଜଣ ଓଡ଼ିଆ ନିଖୋଜ ଥିବାବେଳେ ଇତିଶ୍ରୀଙ୍କ ସାନ ଭାଇ ଲାଟୁ ଓରଫ ଅଜିତ୍‍ ନାୟକ ଓ ଭାଉଜ ସୁନିତାଙ୍କ ପତ୍ତା ମିଳୁନାହିଁ । ଶୁକ୍ରବାର ଇତିଶ୍ରୀଙ୍କ ସାନପୁଅ ଓ ପୁ୍‍ତୁରାଙ୍କ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସିକ୍କିମରେ ପହଞ୍ଚିଛନ୍ତି ଦୁଇ ବରିଷ୍ଠ ଅଧିକାରୀଙ୍କ ଟିମ୍‍ । ଉଦ୍ଧାର ଦଉି ଓଡ଼ିଆଙ୍କୁ ହସ୍ପିଟାଲରେ ଭେଟି ସ୍ୱାସ୍ଥ୍ୟବସ୍ଥା କଥା ପଚାରି ବୁଝିଛନ୍ତି । ସିକ୍କିମ ବୁଲିବାକୁ ଯାଇଥିବା ପର୍ଯ୍ୟଟକଙ୍କ ଗାଡିରେ ମୋଟ ୧୧ଜଣ ଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories