www.samajalive.in
Monday, December 8, 2025
13.1 C
Bhubaneswar

ତୁର୍କୀ ଏୟାରଲାଇନ୍ସ ସହ ଚୁକ୍ତି ବାତିଲ ପାଇଁ ଇଣ୍ଡିଗୋକୁ ନିର୍ଦେଶ

ନୂଆଦିଲ୍ଲୀ : ‘ଅପରେସନ ସିନ୍ଦୂର’ ସମୟରେ ପାକିସ୍ତାନକୁ ସାମରିକ ସହାୟତା ଦେବା ନେଇ ତୁର୍କୀ ଏୟାରଲାଇନ୍ସ ସହ ସମସ୍ତ ଚୁକ୍ତି ବାତିଲ କରିବା ପାଇଁ କେନ୍ଦ୍ର ସରକାର ଇଣ୍ଡିଗୋକୁ ନିର୍ଦେଶ ଦେଇଛନ୍ତି। ଇଣ୍ଡିଗୋକୁ ତିନି ମାସ ମଧ୍ୟରେ ତୁର୍କୀ ଏୟାରଲାଇନ୍ସ ସହିତ ବିମାନ ଲିଜ୍ ଚୁକ୍ତିନାମା ସମାପ୍ତ କରିବାକୁ କୁହାଯାଇଛି। ଦିଲ୍ଲୀ ସମେତ ଭାରତର ନଅଟି ପ୍ରମୁଖ ବିମାନବନ୍ଦରରେ ମାଲ ପରିବହନ ସେବା ପରିଚାଳନା କରୁଥିବା ତୁର୍କୀ ଫାର୍ମ ସେଲେବି ଆଭିଏସନ୍ ପାଇଁ ସରକାର ସୁରକ୍ଷା କ୍ଲିୟରାନ୍ସ ପ୍ରତ୍ୟାହାର କରିବାର କିଛି ସପ୍ତାହ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତୁର୍କୀ ଏୟାରଲାଇନ୍ସରୁ ଦୁଇଟି ବୋଇଂ ୭୭୭ ଭଡ଼ାରେ ନେଇ ପରିଚାଳନା କରିବା ପାଇଁ ଇଣ୍ଡିଗୋକୁ ମେ’ ୩୧ ପର୍ଯ୍ୟନ୍ତ ଅନୁମତି ଥିଲା। ତେବେ ଇଣ୍ଡିଗୋ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଠାରୁ ୬ ମାସ ସମୟ ବୃଦ୍ଧି କରିବା ପାଇଁ ଅନୁରୋଧ କରିଥିଲା। ମନ୍ତ୍ରଣାଳୟ ଏହି ଅନୁମତି ଦେବାକୁ ମନା କରିଦେଇଛି। ତଥାପି ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ ‘ତୁରନ୍ତ ଉଡ଼ାଣ ବ୍ୟାଘାତ ଯୋଗୁଁ ଯାତ୍ରୀଙ୍କ ଅସୁବିଧାକୁ ଏଡାଇବା ପାଇଁ ଇଣ୍ଡିଗୋକୁ ଅଗଷ୍ଟ ୩୧ ପର‌୍ୟ୍ୟନ୍ତ ତିନି ମାସ ଅନୁମତି ଦିଆଯାଇଛି। ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଏହାକୁ ଆଉ ବଢ଼ାଯିବ ନାହିଁ। ଏହି ବର୍ଦ୍ଧିତ ଅବଧି ମଧ୍ୟରେ ଇଣ୍ଡିଗୋ ତୁର୍କୀ ଏୟାରଲାଇନ୍ସ ସହିତ ଲିଜ୍ ସମାପ୍ତ କରିବ ଏବଂ ଆଗକୁ ଆଉ ସମୟ ମାଗିବ ନାହିଁ।

ତମାଖୁ ମୁକ୍ତ ଗାଁ ଅଭିଯାନ ବାଟବଣା

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories