ଗୁରୁଗ୍ରାମ : ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚଏମଏସଆଇ) ୨୦୨୫ ଗୋଲ୍ଡ ୱିଙ୍ଗ ଟୁର ବାଇକ୍ର ୫୦ତମ ବର୍ଷ ପୂର୍ତ୍ତି ସଂସ୍କରଣ ଉନ୍ମୋଚନ କରିବା ସହିତ ଏହାର ବୁକିଂ ଶୁଭାରମ୍ଭ କରିଛି। ଏହା କମ୍ପାନୀର ପ୍ରିମିୟମ ବିଗୱିଙ୍ଗ ଟପ୍ଲାଇନ ଡିଲରସିପ୍ ଜରିଆରେ ବିକ୍ରି କରାଯିବ। ୫୦ତମ ବର୍ଷ ପୂର୍ତ୍ତି ହୋଣ୍ଡା ଗୋଲ୍ଡ ୱିଙ୍ଗ ଟୁର୍ ସଂସ୍କରଣର ପ୍ରାରମ୍ଭିକ ମୂଲ୍ୟ ୩୯.୯୦ ଲକ୍ଷ ଟଙ୍କା ରହିଛି। ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରି ଏଚଏମଏସଆଇ ପରିଚାଳନା ନିର୍ଦେଶକ, ଅଧ୍ୟକ୍ଷ ତଥା ମୁଖ୍ୟ କାର୍ୟ୍ୟନିର୍ବାହୀ ସୁଟସୁମୁ ଓଟାନି କହିଥିଲେ ଯେ, ଗୋଲ୍ଡ ୱିଙ୍ଗ ଟୁର୍ର ପ୍ରଚଳନ ୧୯୭୫ରେ ଆରମ୍ଭ ହୋଇଥିବାବେଳେ ପାଞ୍ଚ ଦଶନ୍ଧି ଧରି ଏହାର ଉତ୍କର୍ଷ ବଜାୟ ରଖିଛି। ଏହି ବିଳାସପୂର୍ଣ୍ଣ ୨୦୨୫ ଗୋଲ୍ଡ ୱିଙ୍ଗ ଟୁର ମୋଟରସାଇକଲ ଯୋଗାଣ ଭାରତରେ ଜୁନ୍ରୁ ଆରମ୍ଭ ହେବ ବୋଲି କମ୍ପାନୀର ବିକ୍ରୟ ଓ ବିପଣନ ବିଭାଗ ନିର୍ଦେଶକ ଯୋଗେଶ ମାଥୁର କହିଛନ୍ତି।
Popular Categories



