www.samajalive.in
Monday, December 8, 2025
13.1 C
Bhubaneswar

ଅଧାରୁ ନଳକୂପ ଖନନ ବନ୍ଦ; ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ 

ହରଭଙ୍ଗା : ହରଭଙ୍ଗା ବ୍ଲକ ଅନ୍ତର୍ଗତ ଲାଣ୍ଡିବନ୍ଧ ପାୱାର ହାଉସ ଛକରେ ଏକ ନଳକୂପ ଖନନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ସ୍ଥାନୀୟ ବାସିନ୍ଦା ଗତ ୧୩ ତାରିଖ ଦାବି କରିଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ଦାବୀ ମୁତାବକ ୨୩ ତାରିଖ ଦିନ ଉକ୍ତ ସ୍ଥାନରେ ନଳକୂପ ଖନନ ମେସିନ ପହଁଚି ଖନନ କାର୍ଯ୍ୟ ଆରମ୍ଭ କରିଥିଲା। ମାତ୍ର କିଛି ସମୟ ଖୋଳିବା ପରେ ମେସିନ ସେଠାରୁ କାମ ବନ୍ଦ କରି ଫେରିଯିବା ଭଳି ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ପୁଣି ସ୍ଥାନୀୟ ଲୋକେ ଗୁରୁବାର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ତଥା ଜରୁରୀକାଳିନ ଉପ ବିଭାଗ ସହକାରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି।  ଏହାର ତଦନ୍ତ କରାଯାଇ ପୁନଃ ନଳକୂପ ଖନନ କରାଯିବାକୁ ବସ୍ତିବାସିନ୍ଦା ଦାବୀ କରିଛନ୍ତି। ପ୍ରକାଶ ଯେ ଲାଣ୍ଡିବନ୍ଧ ପାୱାର ହାଉସ ଛକ ଦେଇ ଦେବଗଡ଼, ବଡ ବାଗବର, ଚନ୍ଦନ ନଗର ଆଡ଼ି ଗ୍ରାମର ଛାତ୍ରଛାତ୍ରୀ ଓ ଜନସାଧାରଣ ଯାତାୟତ କରନ୍ତି। ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତପନ କୁମାର ପ୍ରଧାନ, ଚିତ୍ତରଞ୍ଜନ ମହାକୁଡ଼, ଶଙ୍କର ପ୍ରଧାନ, କୃପାସିନ୍ଧୁ ବଘର ପ୍ରମୁଖ ସେଠାରେ ଏକ ନଳକୂପ ଖୋଳା ଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ।

ଦୀର୍ଘ ବର୍ଷ ପରେ ଶକ୍ତିଶାଳୀ ଯୋଗ: ଏହି ରାଶିଙ୍କୁ ଖାଲି ମିଳିବ ଲାଭ, ହେବେ ମାଲାମାଲ୍‌, ରହିବନି ଚିନ୍ତା.. 

ଦେଖନ୍ତୁ ଭିଡିଓ; ଅହିରାଜକୁ ଖେଳନା ଭାବି ଖେଳିଲା ଶିଶୁ, ତା’ପରେ..

- Advertisement -

 

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories