www.samajalive.in
Sunday, December 14, 2025
26.1 C
Bhubaneswar

ଜାଣନ୍ତୁ କିଏ କରିଥିଲେ’ ଅପରେସନ ସିନ୍ଦୂର’ର ଲୋଗୋ ଡିଜାଇନ୍‍

ସମାଜ ଡିଜିଟାଲ ଡେସ୍କ: ପହଲଗାଓଁ ଆକ୍ରମଣର ପ୍ରତିଶୋଧ ନେବାକୁ ୭ମେଇରେ ଭାରତୀୟ ସେନା ଆରମ୍ଭ କରିଥିଲା ଅପରେସନ ସିନ୍ଦୂର । ଏହି ଅପରେସନ ଜରିଆରେ ଶତ୍ରୁ ଦେଶକୁ ଧୂଳି ଚଟାଇ ଆତଙ୍କୀଙ୍କ ଆଡ୍ଡାକୁ ଧ୍ୱଂସ କରିବା ସହ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଥିଲା ଭାରତୀୟ ସେନା । ପୁରା ଦୁନିଆ ଏବେ ଏହି ଶଦ୍ଦକୁ ଆତଙ୍କବାଦ ବିରୋଧରେ ଭାରତର ବଡ କାର୍ଯ୍ୟାନଷ୍ଠାନ ଭାବରେ ମନେ ରଖିବ । ତେବେ ଏହି ଅପରେସନର ଲୋଗୋ କିଏ ତିଆରି କରିଥିଲା, ଡିଜାଇନ୍‍ କିଏ କରିଥିଲେ ତାହାକୁ ନେଇ ସବୁଠି ଚର୍ଚ୍ଚା । ଏହାକୁ କରିବାରେ ଦୁଇ ଜଣ ସେନା ସୈନିକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଅପରେସନ ସିନ୍ଦୂରର ସୁନ୍ଦର ଲୋଗୋକୁ କର୍ଣ୍ଣେଲ ହର୍ଷ ଗୁପ୍ତା ଏବଂ ହାବିଲଦାର ସୁରିନ୍ଦର ସିଂହ ମିଳିତ ଭାବେ ତିଆରି କରିଥିଲେ । ସେନାର ଏହି ଦୁଇ ସାହାସୀ ସୈନିକ ଏହି ସୁନ୍ଦର ଲୋଗୋ ତିଆରି କରିଛନ୍ତି ଯାହା ଏବେ ଲୋକଙ୍କ ମନରେ ସବୁଦିନ ପାଇଁ ରହିବ । ଏହି ଦୁଇ ସେନା ଅଧିକାରୀ ସେନାର ରଣନୈତିକ ଯୋଗାଯୋଗରେ ନିୟୋଜିତ ହୋଇଛନ୍ତି । କର୍ଣ୍ଣେଲ ହର୍ଷ ଗୁପ୍ତା ପଞ୍ଜାବ ରେଜିମେଣ୍ଟରୁ ଆସିଥିବା ବେଳେ ହାବିଲଦାର ସୁରିନ୍ଦର ସିଂହ ସେନାର ଶିକ୍ଷା କୋର ସହିତ ଜଡିତ ଅଛନ୍ତି । ଏହି ଲୋଗୋଟି ଏପର୍ଯ୍ୟନ୍ତ ଟ୍ୱିଟରରେ ୯କୋଟି ଥର ଏବଂ ଇନଷ୍ଟାଗ୍ରାମରେ ୫୧କୋଟି ଥର ଦେଖାଯାଇଛି ।
ଭାରତୀୟ ସେନାର ବାର୍ତ୍ତାଳାପ ପତ୍ରିକାରେ ଅପରେସନ ସିନ୍ଦୂରର ଲୋଗୋ ଡିଜାଇନ୍‍ କରିଥିବା ଏହି ଦୁଇ ଅଧିକାରୀଙ୍କ ଫଟୋ ପ୍ରକାଶିତ ହୋଇଛି । ମାତ୍ର ୪୫ ମିନିଟରେ ଏହି ଲୋଗୋ ଡିଜାଇନ୍‍ ହୋଇଥିଲା । ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories