ଟିଟିଲାଗଡ଼: ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ସଇଁତଲା ବ୍ଲକ ବୁଢାବାହାଲ ପଞ୍ଚାୟତର ସରପଞ୍ଚ ଲତା କୁମ୍ଭାରଙ୍କ ବିରୁଦ୍ଧରେ ନାଏବ ସରପଞ୍ଚଙ୍କ ସମେତ ୯ ଜଣ ୱାର୍ଡମେମ୍ବର ଅନାସ୍ଥା ପ୍ରସ୍ତାବ ନୋଟିସ ବୁଧବାର ଟିଟିଲାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି। ଏନେଇ ଗତ ୧୦.୫.୨୫ରେ ବୁଢ଼ାବାହାଲ ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି ଗିରିଗୋବର୍ଦ୍ଧନ ପୀଠରେ ନାଏବ ସରପଞ୍ଚ ବିଜୟ ସେଲମାଙ୍କ ଅଧ୍ୟକ୍ଷତାରେ ଗ୍ରାମ ପଞ୍ଚାୟତର ସ୍ୱତନ୍ତ୍ର ବୈଠକରେ ସରପଞ୍ଚଙ୍କ କାର୍ଯ୍ୟକଳାପ ନେଇ ୱାର୍ଡ ମେମ୍ବର ଅସନ୍ତୋଷ ପ୍ରକାଶ କରିଥିଲେ । ସରପଞ୍ଚ ମନୋମୁଖୀ ଭାବରେ କାର୍ଯ୍ୟ କରୁଥିବା, ମନରେଗା ଅର୍ଥ ହେରଫେର, ଗ୍ରୀଷ୍ମ ଋତୁରେ ଚହଲା ଖନନରେ ଦୁର୍ନୀତି, ଚାଷୀଙ୍କ ଜମି ଉନ୍ନତ୍ତି ପାଇଁ ଟଙ୍କା ମାଗିବା, ଉନ୍ନୟନ କାର୍ଯ୍ୟରେ ଅବହେଳା, ଅଭିଯୋଗ କଲେ ସରପଞ୍ଚଙ୍କ ସ୍ୱାମୀ ମାଡ଼ ମାରିବା, ଜୀବନରୁ ମାରିଦେବାକୁ ଧମକ ଦେବା ଆଦି ଅଭିଯୋଗ ହୋଇଛି । ଏନେଇ ପଞ୍ଚାୟତର ନାଏବ ସରପଞ୍ଚ ତଥା ୱାର୍ଡମେମ୍ବର ବିଶ୍ୱମ୍ବର ମାହାଡ଼ିକ, ତୁଲସୀ ସାହୁ, ପ୍ରକାଶ ଚନ୍ଦ୍ର ସାହୁ, ସମାରୀ ଗହୀର, ମୋହନ ସାହୁ, ବନିତା ଗହୀର, ମଦନ ବାଗ ପ୍ରମୁଖ ୯ ଜଣ ସଭ୍ୟସଭ୍ୟା ଭାରପ୍ରାପ୍ତ ଉପଜିଲାପାଳ ସମୀର ବିଲୁଙ୍ଗଙ୍କୁ ଅନାସ୍ଥା ପ୍ରସ୍ତାବ ନୋଟିସ ଦେଇଛନ୍ତି । ପଞ୍ଚାୟତର ୧୨ ଜଣ ସଭ୍ୟସଭ୍ୟାଙ୍କ ମଧ୍ୟରୁ ସଂଖ୍ୟାଧିକଙ୍କ ସରପଞ୍ଚଙ୍କ ଉପରେ ଅନାସ୍ଥା ତୁଟିଥିବା ନେଇ ତୁରନ୍ତ ଭୋଟ ଗ୍ରହଣ ସହ ସରପଞ୍ଚଙ୍କୁ ଅପସାରଣ ପାଇଁ ସେମାନେ ଦାବୀ କରିଛନ୍ତି ।
ଭିଡିଓ ଦେଖିଲେ ଭୟ ଲାଗିବ; ଜନବସତିରେ ପଶି କୁକୁରକୁ ଟାଣି ନେଲା ବାଘ, ବଞ୍ଚିଗଲେ ସିକ୍ୟୁରିଟି ଗାର୍ଡ



