www.samajalive.in
Saturday, December 6, 2025
23.1 C
Bhubaneswar

ଅମୃତସରରେ ବିସ୍ଫୋରଣ: ବୋମା ଖଞ୍ଜୁଥିଲା ଆତଙ୍କୀ, ଉଡ଼ିଗଲା ହାତ ଗୋଡ଼

ଅମୃତସର(ପଞ୍ଜାବ): ଅମୃତସରର ମଜିଠା ରୋଡ୍ ବାଇପାସ୍‌ରେ ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୯ଟା ୩୦ ସମୟରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ବୋମା ବିସ୍ଫୋରଣ ପଛରେ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ର ଥାଇପାରେ ବୋଲି ପୁଲିସ ପ୍ରକାଶ କରିଛି। ବିସ୍ଫୋରଣରେ ଆହତ ବ୍ୟକ୍ତିଙ୍କ ହାତ ଗୋଡ଼ ଛିଣ୍ଡି ଛିନ୍‌ଛତର ହୋଇଯାଇଛି ଏବଂ ସେ ରାସ୍ତାର କଡ଼ରେ ପଡ଼ି ରହିଥିଲେ। ବିସ୍ଫୋରଣର ଶବ୍ଦ ଏତେ ଜୋର ଥିଲା ଯେ ଆଖପାଖ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସୂଚନା ମିଳିବା ମାତ୍ରେ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣେ ପୁଲିସ ଅଧିକାରୀଙ୍କ କହିବାନୁସାରେ, ଏହି ବିସ୍ଫୋରଣରେ ଆହତ ହୋଇଥିବା ବ୍ୟକ୍ତି ଜଣକ ଅଞ୍ଚଳରେ ବୋମା ଖଞ୍ଜୁଥିଲେ। ଏହି ସମୟରେ ହଠାତ୍ ବିସ୍ଫୋରଣ ଘଟିଥିଲା। ଆହତ ବ୍ୟକ୍ତି କୌଣସି ଆତଙ୍କବାଦୀ ସଙ୍ଗଠନ ସହ ଜଡ଼ିତ। ତେବେ ବର୍ତ୍ତମାନ ପୁଲିସ ଅଧିକାରୀମାନେ ଏହା ଉପରେ ଖୋଲାଖୋଲି କିଛି କହୁନାହାନ୍ତି, କିନ୍ତୁ ଏହି ସମଗ୍ର ଘଟଣା ପଛରେ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ର ଥିବା କୁହାଯାଉଛି। ପୁଲିସ ଏହାର ତଦନ୍ତ କରୁଛି।

ମଜିଠା ରୋଡ୍ ବାଇପାସ୍ ନିକଟରେ ରହୁଥିବା ଲୋକଙ୍କ କହିବାନୁସାରେ, ସକାଳେ ଲୋକମାନେ ନିଜ ନିଜ କାମରେ ବ୍ୟସ୍ତ ଥିବା ସମୟରେ ଡିସେଣ୍ଟ ଆଭେନ୍ୟୁ ବାହାରେ ହଠାତ୍ ଏକ ବିସ୍ଫୋରଣ ଶବ୍ଦ ଶୁଭିଲା। ବିସ୍ଫୋରଣ ହେବା ମାତ୍ରେ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଦେଖିଥିଲେ ଯେ, ଜଣେ ବ୍ୟକ୍ତି ଗୁରୁତର ଆହତ ଅବସ୍ଥାରେ ପଡ଼ିଛନ୍ତି ଏବଂ ତାଙ୍କ ହାତ ଛିଣ୍ଡି ଯାଇଛି। ସେ ଯନ୍ତ୍ରଣାରେ ଚିତ୍କାର କରୁଥିଲେ। ଲୋକମାନେ ତୁରନ୍ତ ଆମ୍ବୁଲାନ୍ସ ଏବଂ ପୁଲିସକୁ ଖବର ଦେଇଥିଲେ। ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ନେଇଥିଲା। ବର୍ତ୍ତମାନ ଆହତ ବ୍ୟକ୍ତିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories