www.samajalive.in
Saturday, December 13, 2025
21.1 C
Bhubaneswar

‘କପିଲ ଶର୍ମା ଶୋ’ ରୁ ସିଧୁ ବିଦା

ନୂଆଦିଲ୍ଲୀ : ପୁଲୱାମା ଆକ୍ରମଣ ଘଟଣାରେ ବିବାଦୀୟ ମନ୍ତବ୍ୟ ଦେଇ ଟିଭି ରିୟଲିଟି ଶୋ’କାର୍ଯ୍ୟକ୍ରମରୁ ବାଦ ପଡ଼ିଛନ୍ତି କ୍ରିକେଟର-ରାଜନେତା ନବଜୋତ୍‌ ସିଂହ ସିଧୁ। ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ହାସ୍ୟରସ କାର୍ଯ୍ୟକ୍ରମ ‘ଦି କପିଲ ଶର୍ମା ଶୋ’ରେ ନିୟମିତ କଳାକାର ଥିବା ସିଧୁଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ଅର୍ଚ୍ଚନା ପୁରନ୍‌ ସିଂହଙ୍କୁ ନିଆଯାଇଛି। ପାକିସ୍ତାନକୁ ସମର୍ଥନ କରି ସିଧୁ ଶୁକ୍ରବାର କହିଥିଲେ ଯେ ‘କିଛି ଲୋକଙ୍କ ପାଇଁ ଗୋଟିଏ ଦେଶକୁ କାହିଁକି ବଦନାମ କରାଯିବ ?’ ପଞ୍ଜାବର କ୍ୟାବିନେଟ ମନ୍ତ୍ରୀ ଥାଇ ସୁଦ୍ଧା ସିଧୁଙ୍କ ଏଭଳି ମନ୍ତବ୍ୟକୁ ଦେଶବାସୀ ଗ୍ରହଣ କରିପାରି ନ ଥିଲେ। ବିଭିନ୍ନ ମହଲରୁ ତାଙ୍କୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା। ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାଁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ସେନାମୁଖ୍ୟ କ୍ବାମାର ଜାଭେଦ ବାଜୱାଙ୍କୁ କୋଳାଗ୍ରତ କରିବା ଘଟଣାରେ ମଧ୍ୟ ସେ ସମାଲୋଚିତ ହୋଇଥିଲେ। ସେତେବେଳେ ତାଙ୍କ ଉପରେ ଏହି ଟିଭି କାର୍ଯ୍ୟକ୍ରମ ଛାଡ଼ିବା ନେଇ ମଧ୍ୟ ଚାପ ପଡ଼ିଥିଲା।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories