www.samajalive.in
Saturday, December 6, 2025
23.1 C
Bhubaneswar

ଆମେରିକା ନାଗରିକତ୍ବ ହରାଇବେ ପୋପ୍‌

ଭଟିକାନ୍‌ ସିଟି: ଆମେରିକାର ବରିଷ୍ଠ କାର୍ଡିନାଲ ରବର୍ଟ ଫ୍ରାନ୍‌ସିସ୍‌ ପ୍ରିଭୋଷ୍ଟ ଚଳିତମାସ ୮ରେ ନୂତନ ପୋପ୍‌ ନିର୍ବାଚିତ ହୋଇଛନ୍ତି। ପୋପ୍‌ ନିର୍ବାଚିତ ହେବାପରେ ସେ ନିଜର ନାମ ଲିଓ ଚତୁର୍ଦଶକୁ ପରିବର୍ତ୍ତନ କରିଛନ୍ତି। ପ୍ରିଭୋଷ୍ଟ ୧୯୫୫ରେ ଆମେରିକାର ସିକାଗୋ ସହରରେ ଜନ୍ମଗ୍ରହଣ କରିଥିବାବେଳେ ତାଙ୍କର ଦ୍ବୈତ ନାଗରିକତ୍ବ(ଆମେରିକା ଓ ପେରୁ) ରହିଛି। ପୋପ୍‌ଙ୍କ କର୍ମସ୍ଥଳୀ ଭଟିକାନ୍‌ ସିଟି ହୋଇଥିବାବେଳେ ଏହାକୁ ସ୍ବତନ୍ତ୍ର ରାଷ୍ଟ୍ରର ମାନ୍ୟତା ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ପୋପ୍‌ଙ୍କୁ ବିଦେଶୀ ରାଷ୍ଟ୍ରମୁଖ୍ୟ ଭାବେ ବିବେଚନା କରାଯାଇଥାଏ। ତେଣୁ ପୋପ୍‌ଙ୍କ ନିକଟରୁ ଆମେରିକା ନାଗରିକତ୍ବ ପ୍ରତ୍ୟାହାର କରାଯାଇପାରେ ବୋଲି ଚର୍ଚ୍ଚା ଚାଲିଛି। ଆମେରିକାର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦତ୍ତ ସୂଚନା ମୁତାବକ ଯଦି ଆମେରିକାର କୌଣସି ନାଗରିକ ବିଦେଶୀ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ, ବିଦେଶ ମନ୍ତ୍ରୀ ପଦ ଅଳଙ୍କୃତ କରୁଥାନ୍ତି, ତେବେ ତାଙ୍କ ନାଗରିକତ୍ବକୁ ପ୍ରତ୍ୟାହାର କରାଯାଇଥାଏ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories