ନୂଆଦିଲ୍ଲୀ: ଭାରତୀୟ ସେନାର ସାଉଥ ୱେଷ୍ଟର୍ଣ୍ଣ କମାଣ୍ଡର ସେନା ପତ୍ନୀଙ୍କ କଲ୍ୟାଣ ସଂଗଠନ(ଏଡବ୍ଲ୍ୟୁଡବ୍ଲ୍ୟୁଏ)କୁ ୧କୋଟି ୧୦ଲକ୍ଷ ଟଙ୍କା ଦାନ କରିଛନ୍ତି ଅଭିନେତ୍ରୀ ପ୍ରୀତି ଜିଣ୍ଟା। ଆଇପିଏଲ ଟିମ୍ ପଞ୍ଜାମ କିଙ୍ଗସ୍ର ମାଲିକାଣୀ ଥିବା ପ୍ରୀତି ଏହି ଟିମ୍ର କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ(ସିଏସ୍ଆର) ପାଣ୍ଠିରୁ ଏହି ଅର୍ଥ ଦାନ କରିଛନ୍ତି। ବୀର ଯବାନଙ୍କ ସହିଦ ପତ୍ନୀ(ବୀର ନାରୀ) ଓ ସେମାନଙ୍କ ସନ୍ତାନଙ୍କ ଶିକ୍ଷା ଓ ବିକାଶ ଦିଗରେ ଏହି ପାଣ୍ଠି ବିନିଯୋଗ ହେବ। ଶନିବାର ସାଉଥ ୱେଷ୍ଟର୍ଣ୍ଣ କମାଣ୍ଡ ପକ୍ଷରୁ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଯୋଗ ଦେଇ ପ୍ରୀତି କହିଥିଲେ ଯେ ବୀର ସୈନିକଙ୍କ ପରିବାରକୁ ସହଯୋଗ କରିବା ଆମ ପାଇଁ ଏକ ସମ୍ମାନ ଓ ଦାୟିତ୍ବର ବିଷୟ। ଆମର ସଶସ୍ତ୍ର ବାହିନୀ ଦେଶ ପାଇଁ ଯେଉଁ ତ୍ୟାଗ ଓ ବଳୀଦାନ ଦେଉଛନ୍ତି ଆମେ ତାକୁ କେବେହେଲେ ପରିଶୋଧ କରିପାରିବା ନାହିଁ। ମାତ୍ର ଆମେ ସେମାନଙ୍କ ପରିବାରକୁ ଆଗକୁ ବଢିବା ଲାଗି ସହଯୋଗର ହାତ ବଢାଇବା ଉଚିତ୍।
Popular Categories



